କଳାହାଣ୍ଡି ଲେଖିକା ସଂଘ ତରଫରୁ ନୂଆଖାଇ ଭେଟଘାଟ.

(AKN NEWS): ଭବାନିପାଟଣା/ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଠାରେ କଳାହାଣ୍ଡି ଲେଖିକା ସଂଘ, ଭବାନୀପାଟଣା ତରଫରୁ ଆଜି ନୂଆ ଖାଇ ଭେଟ ଘାଟ ଏବଂ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି. ଏହି କାର୍ଯ୍ୟକ୍ରମରେ ସବାଖିଆ ସାହିତ୍ୟ ସଂଗଠନ ର ସଭାପତି ବ୍ରହ୍ମାନନ୍ଦ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବଳେ କଳାହାଣ୍ଡି ଲେଖିକା ସଂଘ ସମ୍ପାଦକ କଳ୍ପନା ରଥ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ. ସାହିତ୍ୟକ ପରମେଶ୍ଵର ମୁଣ୍ଡ, ଭୁବନେଶ୍ବର ସ୍ଥିତ ସାହିତ୍ୟକ ରମାକାନ୍ତ ମିଶ୍ର, ଡାଃ ଆରତୀ କର,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ପ୍ରଧାନ ଆଚାର୍ଯ୍ଯ ମନୋଜ ମୁଣ୍ଡ, ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନୂଆ ଖାଇ ଭେଟ ଘାଟ ର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିବା ସହ କବିତା ସଙ୍କଳନ ଆଲୋକପାତ କରିଥିଲେ. ଲେଖିକା ସଂଘ ସଭାପତି ସୁଦେଷଟା ପଣ୍ଡା ଙ୍କ ଅଧକ୍ଷତା ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସୁନିତୀ ମୁଣ୍ଡ ଓ ଦୀପ୍ତିମୟୀ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ.
ବିଷ୍ଣୁ ଚରଣ ସ୍ୱାଇଁ ରିପୋର୍ଟ AKN NEWS


