ଓଡିଶା ଖବର

କୃତ୍ରିମ ବୁଦ୍ଧିମତା ପ୍ରତିଯୋଗିତା ରେ ରାଜ୍ୟ ସ୍ତରକୁ ଉନ୍ନୀତ ହେଲେ ଓମ୍

ପୁରୀ ୨୫/୯(AKN NEWS): ପୁରୀ ଜିଲ୍ଲା ସ୍ତରୀୟ କୃତ୍ରିମ ବୁଦ୍ଧିମତା, ସାମର୍ଥ୍ୟ ଓ ସମ୍ଭାବନା ପ୍ରତିଯୋଗିତା ରେ ବିଶ୍ବମ୍ବର ବିଦ୍ୟାପୀଠ ର ନବମ ଶ୍ରେଣୀର ଛାତ୍ର ଓମ୍ ସତ୍ୟପ୍ରକାଶ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଛନ୍ତି। ଆଜି ପୁରୀ ପୋଲିସ ହାଇସ୍କୁଲ ଠାରେ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ କୃତ୍ରିମ ବୁଦ୍ଧିମତା ସାମର୍ଥ୍ୟ ଓ ସମ୍ଭାବନା ପ୍ରତିଯୋଗିତା ରେ ଓମ୍ ଅନ୍ୟ ୧୦ ବ୍ଲକ ର ପ୍ରତିଯୋଗୀ ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଓମ୍ ଙ୍କ ର ଉପସ୍ଥାପନା ଓ ବିଷୟ ଆଧାରିତ ଶୈଳୀ ବିଚାରକ ମାନ ଙ୍କୁ ପ୍ରଭାବିତ କରିଥିଲା। ପ୍ରତିଯୋଗିତାରେ ଏସସିଏସ ମହାବିଦ୍ୟାଳୟର କେମେଷ୍ଟ୍ରୀ ବିଭାଗର ପ୍ରଫେସର ଡଃ ଅନିରୁଦ୍ଧ ଜେନା,

ଜୁଲୋଜୀ ବିଭାଗର ସହକାରୀ ପ୍ରଫେସର ଡଃ ପଲ୍ଲବୀ ମିଶ୍ର, ବିଜ୍ଞାନ ଶିକ୍ଷକ ମିଥୁନ ହରିଚନ୍ଦନ,ଶିକ୍ଷୟତ୍ରୀ ବିଶ୍ୱଜିତା ପ୍ରିୟଦର୍ଶିନୀ ପ୍ରମୁଖ ଓମ୍ ଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ରେ ଅକ୍ଟୋବର ମାସରେ ହେବାର ସୂଚନା ରହିଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି। ଓମ୍ ଙ୍କ ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ବିଶ୍ବମ୍ବର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ଦାଶ ଙ୍କ ସହ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!