ଓଡିଶା ଖବର

କାର ଧକ୍କାରେ ବାପା ପୁଅ ମ୍ରୁତ୍ୟୁ ଝିଅ ଗୁରୁତ୍ୱର।

କାର ଧକ୍କାରେ ବାପା ପୁଅ ମ୍ରୁତ୍ୟୁ ଝିଅ ଗୁରୁତ୍ୱର।

ନୂଆପଡା 30 6 (ଓମ ପ୍ରକାଶ ଚୌଧୁରୀ )-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର କାପସି ରୁ ବରଗାଁ ଯିବା ରାସ୍ତା ଅନ୍ଧାରି ବରି ପାଖରେ ଏକ ଷଡକ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ବାପା ପୁଅ ଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତ୍ୱର ଥିବା ଜଣାପଡିଛି। ମ୍ରୁତ ବ୍ଯକ୍ତି ହେଲେ ଚଚରାଭଟା ଗ୍ରାମର ବାପା ଆତ୍ମାରାମ ତାଣ୍ତି (୬୦) ଓ ପୁଅ ଲିଙ୍ଗରାଜ ତାଣ୍ତି (୨୫) ବୋଲି ଜଣାପଡିଥିବା ବେଳେ ଝିଅ ବେଲମତି ତାଣ୍ତି (୩୦) ଗୁରୁତ୍ୱର ଅଛନ୍ତି। ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମକୁ କୌଣସି କାରଣ ରୁ ଯାଇ ଫେରୁଥିବା ବେଳେ ସିନାପାଲି ପଟୁ ଏକ କାର ଯାଇ ଧକ୍କା ଦେଇଥିଲା। ଯାହା ଫଳ ରେ ବାପା ଓ ପୁଅର ମ୍ରୁତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତ୍ୱର ଅଛନ୍ତି। ଏହି ଘଟଣା ପରେ ଏମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇ ଥିବାବେଳେ ସିନାପାଲି ପୋଲିସ ଘଟଣା ସ୍ଥାନ ରେ ପହଞ୍ଚି ତଦନ୍ତ ଚଲାଇଛି। ଚାରି ଚକିଆ ଗାଡି ସିନାପାଲି ର ବୋଲି ଜଣାପଡିଛି। ଗୁରୁତ୍ୱର ଝିଅ କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଖବର ଲେଖିବା ପ୍ରଯନ୍ତ ଏନେଇ ଅଧିକ ସୁଚନା ମିଲିନାହି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!