ଓଡିଶା ଖବର

ଜାଗୁଲାଇ ପାଟଣା ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଜାଗୁଲାଇ ପାଟଣା ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ରେ ଜାଗୁଳାଇ ପାଟଣା ର ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା ଜିଲ୍ଲା ରେ ଜାଗୁଳାଇ ପାଟଣା ରଥଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ, ଖୋର୍ଦ୍ଧା ଙ୍କ ସମ୍ମିଳନୀ କକ୍ଷରେ ଦିନ ୧୧ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ , ଦିପ୍ତି ରଞ୍ଜନ ସେଠୀ ଅଧକ୍ଷତା କରିଥିଲେ । ଏହି ବୈଠକ ରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ସ୍ବାଗତ ଜଣାଇ ଉପଜିଲ୍ଲାପାଳ ପୂର୍ବବର୍ଷ ର ରଥଯାତ୍ରା ରେ ସମ୍ମୁଖୀନ ହୋଇଥିବା ଅସୁବିଧା ମାନଙ୍କ ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ପୂର୍ବବର୍ଷ ର ପ୍ରସ୍ତୁତି ବୈଠକ ର ବିବରଣୀ କୁ ପାଠ କରଯାଇ କାର୍ଯସୂଚୀ ଅନୁସାରେ ବୈଠକ ଚାଲୁ ରହିଥିଲା ।
ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଥମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ syntax ଯୋଗାଇଦେବାକୁ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ, RWSS ଙ୍କୁ ୨ ଟ୍ୟାଙ୍କର ଯୋଗାଇ ଦେବାକୁ ଅନୁରୋଧ କରାଗଲା । ସ୍ବଚ୍ଛତା ପାଇଁ ସରପଞ୍ଚ ଙ୍କୁ ଦାୟିତ୍ଵ ଦିଆଗଲା । ସ୍ବାସ୍ଥ୍ୟ ବିଭାଗ କୁ ଫାଷ୍ଟ ଏଡ ସାହାଯ୍ୟ ଏବଂ ଏମ୍ବୁଲେନ୍ସ ଯୋଗାଇ ଦେବାକୁ ଅନୁରୋଧ କରାଗଲା । ରଥ କାରୁକାର୍ଯ୍ୟ ନିମ୍ନ ମାନ ର ହୋଇଥିବାରୁ PWD ଙ୍କୁ ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟୁତ ବିଭାଗ / ଅଗ୍ନିଶମ ବିଭାଗ ଙ୍କୁ ଦୁର୍ଘଟଣା ଏଡାଇବା ପାଇଁ ସଜାଗ ରହିବାକୁ ଅନୁରୋଧ କରାଗଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଡିପାର୍ଟମେନ୍ଟ ଙ୍କୁ ଅନୁରୋଧ କରାଗଲା । ସ୍ବେଚ୍ଛାସେବୀ ଯୋଗାଇଦେବାକୁ ପି.ଏନ କଲେଜ କୁ ଅନୁରୋଧ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ scout guide ଯୋଗାଇ ଦେବାକୁ ଅନୁରୋଧ କରାଗଲା । ସଭାରେ ଆଶୁତୋଷ ମହାନ୍ତି PHEU, ବି.ଡି.ଓ ଖୋର୍ଦ୍ଧା କ୍ଷୀରାବ୍ଡି ତନୟା ସାହୁ ,Hospital Manager ଡଃ.ବିନୟ ପାଣିଗ୍ରାହୀ , ବ୍ଲକ ଅଧକ୍ଷ୍ୟା ଶ୍ରୀମୟୀ ପ୍ରିୟଦର୍ଶିନୀ , ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ସଭା ସାଙ୍ଗ କରାଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!