କାଳିମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆପଡା 12.3.(AKN NEWS): ନୂଆପଡା ଜିଲ୍ଲା କୋମନା ବ୍ଲକ କାଳିମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବୀନ କୁମାର ଭୋଇ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ନିତ୍ୟାନନ୍ଦ ମଲ୍ଲିକ, ମୁଖ୍ୟ ଅତିଥି ଭାବରେ ସମାଜସେବି ଶିକ୍ଷକ ଜେଠୁପାଲି ବିଦ୍ୟାଳୟ ପବିତ୍ର ହାତୀ ଯୋଗ ଆଧୁନିକ ଯୁଗ ଉପଯୋଗୀ ଶିକ୍ଷା ପ୍ରଦାନ ପାଇଁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତାରାଚନ ନାଏକ, ଭିକାରି ହାତୀ, ନୀଳମୋହନ ପାଢ଼ୀ ପ୍ରମୁଖ ଯୋଗଦେଇ ଥିବା ବେଳେ ଗୁରୁ ଗୁରୁଜନଙ୍କ କଥା ମାନି ଚଳିବା ପାଇଁ ଛାତ୍ର ଛାତ୍ରୀଙ୍କୁ କହିଥିଲେ।ଏଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସ୍କୁଲ ଛାତ୍ର ଛାତ୍ରୀ ନୃତ୍ୟ ସଙ୍ଗୀତ ଓ ଡ୍ରାମା ପରିବେଷଣ କରିଥିଲେ। ସହ ଶିକ୍ଷକ ବିଭୁତି ଭୂଷଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହଯୋଗ କରିଥିଲେ ବିଦ୍ୟାଳୟ କମିଟି ର ସଦସ୍ୟ ସଦସ୍ୟ ତଥା ଅଭିଵାବକ ଅଭିଵାବିକା ତଥା ଗ୍ରାମର ଭଦ୍ରବ୍ୟକ୍ତି ବୃନ୍ଦ ଯୋଗଦାନ କରି ସମ୍ପୂର୍ଣ ସହଯୋଗ କରିଥିଲେ |
ଓମ ପ୍ରକାଶ ଚୌଧୁରୀ AKN NEWS


