ନେସନାଲ କଲେଜ ନୂଆପଡ଼ା ବାଳିକା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ

ନୂଆପଡା ତା:12.3.(AKN NEWS): ନେସନାଲ କଲେଜ ନୂଆପଡ଼ା ବାଳିକା ଆତ୍ମ ସୁରକ୍ଷା ତାଲିମ୍ ଶିବିର ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ମୁଖ୍ୟ ଅତିଥି , ସଂଯୋଜିକା ତଥା ରାଜନୀତି ବିଜ୍ଞାନ ମୁଖ୍ୟ ମମତା ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଅବକାରୀ ବିଭାଗ ହରିପ୍ରୀୟା ଥାର୍ଟି ଯୋଗଦାନ କରିଥଲେ। ଶିବିର ରେ +୩ ପ୍ରଥମ ବର୍ଷ ଛାତ୍ରୀମାନେ ତାଲିମ ଗ୍ରହଣ କରି ନିଜର ସୁରକ୍ଷା ପାଇଁ ଶାରୀରିକ ଜ୍ଞାନ ଆହରଣ କରିବା ନିହାତି ଆବଶ୍ୟକ ଅଟେ ଦୈନନ୍ଦିନ ଜୀବନରେ ଅଭ୍ୟାସ ଓ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକ୍ରମ ର ସଂଯୋଜିକା ରାଜନୀତି ବିଜ୍ଞାନ ମୁଖ୍ୟ ଶ୍ରୀମତୀ ମମତା ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।
ଜିଲ୍ଲା ସଂଯୋଜକ ପ୍ରକାଶ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନର ସୁରେଖା ବାଗ ଗତ ୩ ମାର୍ଚ୍ଚ ରୁ ୧୧ ମାର୍ଚ୍ଚ ଯାଏ ତାଲିମ ଦେଇଥିଲେ। ସକାଳ ୮ ରୁ ୯ ଟା ପର୍ଯ୍ୟନ୍ତ ଛାତ୍ରୀମାନେ ଆତ୍ମ ସୁରକ୍ଷା ତାଲିମ୍ ବିଭିନ୍ନ ଉପାୟ ତାଲିମ୍ ପ୍ରାପ୍ତ ବିରିଛନ୍ତି। ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା । ନୂଆପଡା ଜିଲ୍ଳା ସଂଯୋଜକ ପ୍ରକାଶ କୁମାର ସାହୁ ଏହି କାର୍ଯକ୍ରମ ସଞ୍ଚାଳନ କରି ଧନ୍ୟବାଦ ଅର୍ପଣ କରିଥିଲେ।
ଓମ ପ୍ରକାଶ ଚୌଧୁରୀ AKN NEWS


