ଓଡିଶା ଖବର
କୋମନା ଡିଗ୍ରୀ କଲେଜରେ ଆତ୍ମ ସୁରକ୍ଷା ତାଲିମର ଉଦଯାପିତ

ନୂଆପଡା :12.3.(AKN NEWS): ଆଜି କୋମନା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆଯୋଜିତ ଆତ୍ମ ସୁରକ୍ଷା ତାଲିମ ଶିବିର ରେ ଯୋଗ ଦେଇଥିବା ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ଉତ୍ସାହ କରିବାପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆତ୍ମ ସୁରକ୍ଷା ତାଲିମ ଶିବିର ଦିର୍ଘ୍ ଆଠ ଦିନ ଧରି କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। ଶିବିର ରେ କାର୍ଯ୍ୟକ୍ରମରେ ରେ କଲେଜର ପ୍ରଥମ ବର୍ଷ ର ୮୭ ଜଣ ଛାତ୍ରୀ ପ୍ରତ୍ୟେକ ଦିନ ତାଲିମ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ପ୍ରଭାସ କୁମାର ପଣ୍ଡା ଯୋଗ ଦେଇ ନାରୀ ସୁରକ୍ଷା ଓ ନାରୀର ଅବଦାନ ବିଷୟରେ ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ। ଏହି ଅବସରରେ ନୋଡାଲ ଅଫିସର ନଲିନିକାନ୍ତୀ ସା, ମାଷ୍ଟର ଟ୍ରେନର ସରସ୍ଵତୀ ଶବର , ରାଜନୀତି ବିଭାଗ ର ଅଧ୍ୟାପକ ଦେବେନ୍ଦ୍ର ସୁନାନି, ପିଇଟି ମହେନ୍ଦ୍ର କୁମାର ମେହେର, ଅର୍ଥଶାସ୍ତ୍ର ବିଭାଗର ହରିଶ କୁମାର ଅହୀର୍ ଓ ଇତିହାସ ବିଭାଗ ର ଆକାଶ ଦଣ୍ଡିୟା ଯୋଗ ଦେଇଥିଲେ।
ଓମ ପ୍ରକାଶ ଚୌଧୁରୀ AKN NEWS


