କିରାଶାସନ ଓ କିଣ୍ଡିରାରେ ଶ୍ରୀଅରବିନ୍ଦ ଜୟନ୍ତୀ ପାଳିତ

କୁଚିଣ୍ଡା :17/8(AKN NEWS): କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରା ଶାସନ ଗ୍ରାମରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଅହଯୋଗୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଅରବିନ୍ଦ ଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି।ଅନୁଷ୍ଠାନ ର ସଭାପତି ନୃପଲାଲ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଧ୍ୟାତ୍ମିକ ଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଶ୍ରୀ ଅରବିନ୍ଦ ଙ୍କ ପାଞ୍ଚଟି ସ୍ବପ୍ନ କୁ ବର୍ଣ୍ଣନା କରିବା ସହ ତାଙ୍କ ଆଧ୍ୟାତ୍ମିକ ସାହିତ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ତେଜରାଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ କିଣ୍ଡିରା ସ୍ଥିତ ଶ୍ରୀ ଅରବିନ୍ଦ ଙ୍କ ସମାଧି ମନ୍ଦିରରେ ଏକ ଘଣ୍ଟା ନୀରବରେ ସାମୁହିକ ଧ୍ୟାନ କରାଯାଇଥିଲା । ଏହା ପରେ ଅନୁଷ୍ଠିତ ଜୟନ୍ତି ସଭା କୁ ଅଧ୍ୟକ୍ଷା ସୁଶ୍ରୀ ସୁପ୍ରଭା ଚୌଧୁରୀ ପରିଚାଳନା କରିଥିଲେ। ବିଶିଷ୍ଟ ସାଧକ ନିରାକାର ଭାଇ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ପଠାଇଥିବା ବିଭିନ୍ନ ପ୍ରଶ୍ନ ର ଉତ୍ତର ପ୍ରଦାନ ପୁର୍ବକ ଶ୍ରୀ ଅରବିନ୍ଦ ଙ୍କ ଦର୍ଶନ ଉପରେ ଆଲୋଚନା କରିଥିଲେ । ଏଥିରେ ଏଡଭୋକେଟ ଦିଲ୍ଲୀପ ପୃସେଠ, ସୌଭାଗ୍ୟ ପଟେଲ, ଜଗନ୍ନାଥ ପାଣିଗ୍ରାହୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ସରେନ୍ଦ୍ର ନାୟକ ପ୍ରମୁଖ ସମଗ୍ର ଜିଲ୍ଲାର ଶତାଧିକ ପ୍ରତିନିଧି ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


