ଅନନ୍ୟ

ଯୁବ ରେଡ କ୍ରସ ସ୍ବେଛାସେବୀ ଙ୍କ ପ୍ରାଥମିକ ଆନ୍ତର୍ଭୁକ୍ତି କାର୍ଯ୍ୟକ୍ରମ

ଯୁବ ରେଡ କ୍ରସ ସ୍ବେଛାସେବୀ ଙ୍କ ପ୍ରାଥମିକ ଆନ୍ତର୍ଭୁକ୍ତି କାର୍ଯ୍ୟକ୍ରମ
ଧର୍ମଗଡ଼ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ କ୍ରସ ସ୍ବେଛାସେବୀ ମାନଙ୍କର ପ୍ରାଥମିକ ଆନ୍ତର୍ଭୁକ୍ତି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟ କ୍ରମରେ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ସଭାପତିତ୍ବ ଓ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଭାବେ ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦି ଶିକ୍ଷକ ଚକ୍ରଧର ବାରିକ,ମୁଖ୍ୟ ବକ୍ତା ଭାବରେ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶ ଦାତା ମୋହନ ଚରଣ ବିଶି, ସମ୍ମାନିତ ଅତିଥି ଭାବେ ଶିକ୍ଷବିତ ଭକ୍ତ ଚରଣ ଭୋଇ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ
ରେଡ଼କ୍ରସର ବିଭିନ୍ନ କାର୍ଯ୍ୟଶୈଳି, ଲକ୍ଷ, ଉଦ୍ଦେଶ୍ୟ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିବା ସହ ରେଡକ୍ରସ ଇତିହାସ, ଲକ୍ଷ, ନିୟମ ଓ କାର୍ଯ୍ୟ ଉପରେ ସ୍ବେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ସୂଚନା ଦେଇଥିଲେ l ଯୁବ ରେଡକ୍ରସ ପରାମର୍ଶ ଦାତା ଶାନ୍ତନୁ ବାଗ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପୁସ୍ତମ ବଣିଆ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ଯ କ୍ରମକୁ ସଫଳ ରୂପ ଦେବାରେ ଦେବେନ୍ଦ୍ର ରଣା, ହିତେଶ ନାଏକ,ବସନ୍ତ ରଣା, ଭାସ୍କର ଗୋପାଳ ସମେତ ଯୁବ ରେଡକ୍ରସ ର ସ୍ୱେଚ୍ଛା ସେବୀ ସମୂହ ବିଶେଷ ସହଯୋଗ କରିଥିଲେ l

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!