ଓଡିଶା ଖବର

କୁଚିଣ୍ଡା ଉପଖଣ୍ଡରେ ଶିକ୍ଷା ଓ ଆର୍ଥିକ ବିକାଶ ପାଇଁ ସଚେତନ ନାଗରୀକ ମଂଚର ଆଲୋଚନା ଚକ୍ର

କୁଚିଣ୍ଡା,(AKN NEWS):ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ବେଳେ ଆବଶ୍ୟକ ସୁଯୋଗ ଏବଂ ଭିତ୍ତିଭୂମି ଅଭାବ ଯୋଗୁଁ ଏଠାକାର ଅଧିବାସୀଙ୍କ ଆଶାନୁରୂପ ଆର୍ଥିକ ବିକାଶ ହୋଇପାରୁନଥିବା ଦେଖାଯାଇଛି । ଏହାର ସମ୍ଭାବ୍ୟ ପ୍ରତିକାର ଏବଂ ଆଗାମୀ ଦିନର ପଦକ୍ଷେପ ସକାଶେ କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ସଚେତନ ନାଗରୀକ ମଞ୍ଚ ପକ୍ଷରୁ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଉପଖଣ୍ଡରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହେବା ଯୋଗୁଁ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ବିଦ୍ୟାଳୟ ଗୁଡିକରେ ପ୍ରଚଳିତ ମଧ୍ୟାହ୍ନ ଭୋଜନ ପରିଚାଳନା ବ୍ୟବସ୍ଥାକୁ ଶିକ୍ଷକଙ୍କୁ ଅନ୍ତର୍ଭୁକ୍ତ ନକରିବାକୁ ଦାବି ହୋଇଥିଲା । କୁଚିଣ୍ଡା ମହାବିଦ୍ୟାଳୟ ଅଞ୍ଚଳର ଏକ ମୋଡେଲ କଲେଜ କରିବା ସକାଶେ ଆବଶ୍ୟକ ଆନ୍ତରିକତା ଅଭାବ ଯୋଗୁଁ ତାର ନକରାତ୍ମକ ପ୍ରଭାବ ମଧ୍ୟ ଅନ୍ୟତ୍ର ପଡୁଥିବା ସଂକ୍ରାନ୍ତରେ ଉଦବେଗ ପ୍ରକାଶ ପାଇଥିଲା । ଏହାର ସ୍ଥାୟୀ ସମାଧାନ କରିବା ସହ କୁଚିଣ୍ଡା ମହାବିଦ୍ୟାଳୟକୁ ସରକାରୀ କରଣ କରିବାକୁ ଦାବି ହୋଇଥିଲା । ଉପଖଣ୍ଡର ଅଧିକାଂଶ +୨ ମହାବିଦ୍ୟାଳୟରେ ଗରୀବ ଓ ପଛୁଆ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ବେଳେ ସ୍ୱଚ୍ଛଳ ବର୍ଗ ର ପରିବାର ର ଛାତ୍ର ମାନେ ବେସରକାରୀ ବା ଅଞ୍ଚଳ ବାହାରେ ଅଧିକାଂଶ ପଢାଉଥିବା ଆଲୋଚନା ହୋଇଥିଲା । ଫଳରେ ବିଦ୍ୟାଳୟ ପରିଚାଳନା ତଥା ପରୀକ୍ଷା ଫଳରେ ମଧ୍ୟ ପାର୍ଥକ୍ୟ ଦେଖାଦେଉଛି । ଏହାର ସିମାଧାନ ସକାଶେ ଉପଖଣ୍ଡର ସମସ୍ତ +୨ ମହାବିଦ୍ୟାଳୟରେ ପାଠ ପଢୁଥିବା ଅନୁସୂଚିତ ଜାତି,ଜନଜାତି ଛାତ୍ରଛାତ୍ରୀଙ୍କୁ ଆଇଟିଡିଏ ପକ୍ଷରୁ ମାଗଣା ପାଠ୍ୟ ପୁସ୍ତକ ଯୋଗାଇଦେବା ସକାଶେ ଦାବି କରାଯାଇଥିଲା । ବାମରା ଓ ଜମନକିରାରେ ଏକଲବ୍ୟ ବିଦ୍ୟାଳୟ ର ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରି ଶିଘ୍ର ପାଠ୍ୟଦାନ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା । କୁଚିଣ୍ଡା ମହାବିଦ୍ୟାଳୟରେ ବନ୍ଦ ଥିବା ବାର୍ଷିକ ମାଗାଜିନ, କ୍ୟାଲେଣ୍ଡର କାର୍ଯ୍ୟ ସମେତ ରହିଥିବା ନାନାଦି ସମସ୍ୟା ଓ କାର୍ଯ୍ୟର ସମୀକ୍ଷା ସହ ସମାଧାନ କରିବାକୁ ଦାବି ହୋଇଥିଲା । କୁଚିଣ୍ଡା ନିର୍ବାଚନ ମଣ୍ଡଳୀକୁ ଆଦିବାସୀ ଜିଲା ମାନ୍ୟତା, ସମେତ ଆର୍ଥିକ ବିକାଶ ସକାଶେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବି ହୋଇଥିଲା । କୁଚିଣ୍ଡା ରେ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟ ଏବଂ ପାଠାଗାରକୁ ନିୟମିତ ଖୋଲିବାକୁ ଦାବି କରିଥିଲେ । ଗତ ଆଠ ମାସ ତଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରବି ନାଏକଙ୍କୁ ଦିଆଯାଇଥିବା ପ୍ରସ୍ତାବ ମଧ୍ୟରୁ କେତେକ ସୁଫଳ ହେବାକୁ ଯାଉଥିବାରୁ ଧନ୍ୟବାଦ ଅର୍ପଣ କରାଯାଇ ଆଗାମୀ ଦିନରେ ସମସ୍ତ ଦାବିକୁ ପୂରଣ କରିବାକୁ ଦାବି କରଯାଇଥିଲା । ସଭାରେ ଅବସରପ୍ରାପ୍ତ କୁଟୁରାଚୁଆଁ କଲେଜ ଅଧ୍ୟକ୍ଷ ସୁବାଷ ନାଏକ, କୁଚିଣ୍ଡା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରଂଜନ ମହାପାତ୍ର, କୁଚିଣ୍ଡା ମହାବିଦ୍ୟାଳୟର ପୂର୍ବତନ ସଭାପତି ହରେକୃଷ୍ଣ ମହାପାତ୍ର, ବରିଷ୍ଟ ନାଗରୀକ ସଂଘର ପ୍ରଫୁଲ୍ଲ ସାହୁ, ଓକିଲ ପ୍ରବୀଣ ପୁରୋହିତ, ବନମାଳୀ ନାମଦେଓ ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ନାଗରୀକ ମଞ୍ଚର ଆବାହକ ପ୍ରଭାତ ବେହେରା ଗତ ବୈଠକର ବିବରଣୀ ପାଠ କରିଥିଲେ । ସଭାଶେଷରେ ରମାକାନ୍ତ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!