ଓଡିଶା ଖବର

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପାଠାଗାର ଉଦଘାଟନ୍ ।

ମୁନିଗୁଡ଼ା,(AKN NEWS):ବୁଦ୍ଧ ପୁର୍ଣିମା ଅବସରରେ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସ୍ଥିତ ସଦର ମହକୁମା ଅମ୍ୱାଦଳା ଠାରେ ବାବାସାହେବ ଭୀମ ରାଓ ଆମ୍ବେଦକର ପାଠାଗାର, ଅମ୍ବାଦଲା ସମ୍ବିଧାନ ସୁରକ୍ଷା ସମିତି ର ସଭାପତି ଶ୍ରୀ କୃପାସିନ୍ଧୁ କୁସୁଲିଆ ଓ ସମସ୍ତ ସହକର୍ମୀ ଙ୍କ ସହଯୋଗ ରେ ଉଦଘାଟନି ଉତ୍ସବ ବେଶ ଆଡମ୍ବର ରେ ଆୟୋଜିତ କରାଯାଇଥିଲା I ସମାଜ ସେବି ଲାଡ଼ି ଚନ୍ଦ୍ର ମୌଳି ଙ୍କ କରକମଳ ରେ ଆଜି ଏହି ପାଠାଗାର କୁ ଉଦଘାଟନ କରାଯାଇଥିଲା I ଏହି ଶୁଭ ଉଦଘାଟନି ସମାରୋହ ରେ ଅମ୍ବାଦଳା ସରପଞ୍ଚ ଶ୍ରୀମତୀ ଚଞ୍ଚଳା ମାଝୀ,ମୁନିଗୁଡା ପଞ୍ଚାୟତ ସମିତି ଉପାଧକ୍ଷ ଶ୍ରୀ ଆଦର୍ଶ କୌଶଲ୍ୟା,ଅମ୍ବାଦଳା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଶ୍ରୀ ପ୍ରଭାକର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିବା ବେଳେ ଏହି ଅବସରରେ ଅମ୍ବାଦଳା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ଯୁବ ବର୍ଗ,ଛାତ୍ର ଛାତ୍ରୀ,ସମାଜସେବି,ସ୍ଥାନୀୟ ସ୍ବେଛାସେବୀ ସଂଗଠନ ର କର୍ମ କର୍ତ୍ତା ମାନେ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ରହି ଏହି ମହତ ଉଦେଶ୍ୟ ପ୍ରତି ଧ୍ୟାନ ଦେଇଥିବା ହେତୁ ସମସ୍ତେ ଏହାକୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା I ମୁଖ୍ୟ ଅତିଥି ଭାବେ ଏହି ସମାରୋହ କୁ ଉଦଘାଟନ କରିଥିବା ଶ୍ରୀ ଲାଡ଼ୀ ଚନ୍ଦ୍ର ମୌଳି ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନିଜ ନିଜ ବହୁ ମୂଲ୍ୟ ସମୟ ଦେଇଥିବା ରୁ ସହୃଦୟ କୃତଜ୍ଞତା ଜ୍ଞାପନ କରିବା ସହ ଏକ ସୁସ୍ଥ ତଥା ଯୁବ ବର୍ଗ ପାଇଁ ଏଭଳି ପାଠାଗାର ର ଆବଶ୍ୟକତା ପ୍ରତି ନିଜର ମତ ସାବ୍ୟସ୍ତ କରିଥିଲେ I ଏଥି ସହ ଏଭଳି ମହତ ଉଦେଶ୍ୟ ର ଦାୟତ୍ୱ, ତଦାରଖ କୋୖଣସି ବ୍ୟକ୍ତି ବିଶେଷ କିମ୍ବା ସଂଗଠନ ର ଦାୟତ୍ୱ ହେଇ ନ ରହି ସାମୁହିକ ଦାୟିତ୍ୱ ବୋଧତା ବୋଲି ଗ୍ରହଣ କଲେ ଯାଇ ଏହି ଉଦଘାଟନ ର ଉଦ୍ଦେଶ୍ୟ ହାସଲ ହୋଇ ପାରିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚଞ୍ଚଳା ମାଝୀ ପ୍ରକାଶ କରିଥିଲେ I

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!