ଓଡିଶା ଖବର

କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ୩୪ ତମ ପ୍ରତିଷ୍ଠା ଓ ଗୁରୁ ଦିବସ ପାଳିତ 

କୁଚିଣ୍ଡା ୫/୯(AKN NEWS): କୁଚିଣ୍ଡା ବ୍ଳକ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଗୁରୁବାର ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀ ଙ୍କ ଅଧ୍ୟକ୍ଷତା ରେ ୩୪ ତମ ପ୍ରତିଷ୍ଠା ଓ ଗୁରୁଦିବସ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ବିଦ୍ୟାଳୟ ର ପ୍ରାଙ୍ଗଣ ରେ ଅନୁଷ୍ଠାନିକ ପତାକା ଉତ୍ତୋଳନ କରିବା ପରେ ତ୍ରିମାସିକ ପ୍ରାଚୀର ପତ୍ରିକା ଅମୃତ ଝର କୁ ଉଦଘାଟନ କରିବା ସହ ମାଁ ସମଲେଶ୍ବରୀ ଓ ପୂର୍ବତନ ଉପ ରାଷ୍ଟପତି ସର୍ବପଲ୍ଲି ରାଧାକ୍ରିଷନ ଙ୍କ ତୈଳଚିତ୍ର ରେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ଅବସର କୁଚିଣ୍ଡା ଓ ଲଇକେରା ର ପୂର୍ବତନ ବିଧାୟକ ତଥା ପରିଚାଳନା ସମିତି ପ୍ରତିଷ୍ଠାତା ସଭାପତି ବୃନ୍ଦାବନ ମାଝି ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇ ଆଧୁନିକ ଯୁଗ ରେ ସମାଜ ଗଠନ ରେ ଗୁରୁ ଙ୍କ ଭୁମିକା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ଗୁରୁଶିଷ୍ୟ ପରମ୍ପରା ବିଷୟ ଓ ବିଦ୍ୟାଳୟ ର ଅତୀତ ବିଷୟରେ ସ୍ମୁତିଚାରଣ ଦେଇଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଉଦ୍ଦେଶ୍ୟ ଜ୍ଞାପନ,ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥିବା ବେଲେ ଅଧ୍ୟାପିକା ଭାବନା ପାଣ୍ଡେ ବାର୍ଷିକ ବିବରଣୀ ପାଠ କରିଥିଲେ। ଜମିଦାତା କାର୍ତ୍ତିକେୟ ମହାପାତ୍ର ଙ୍କୁ ଅଧ୍ୟକ୍ଷ ତିୱାରୀ ଉପଢୋଉକନ ଦେଇ ସମ୍ମାନିତ କରିଥିଲେ। ଅବସରପ୍ରାପ୍ତ ସହକାରୀ ଶିକ୍ଷକ ପ୍ରତାପ ଶେଖର ପୁରୋହିତ ଓ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ଛାତ୍ର ଛାତ୍ରୀମାନେ ଫୁଳ ଚନ୍ଦନ ପୁଷ୍ପମାଳ୍ୟ ଦେଇ ଗୁରୁପୂଜନ କରିଥିଲେ। ଏହି ଅବସର ପରିଚାଳନା ସମିତି ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର,ପୂର୍ବତନ ସଭ୍ୟ ରାଜେନ୍ଦ୍ର ମହାପାତ୍ର, ପୂର୍ବତନ ବ୍ୟାଙ୍କ ଅଧିକାରୀ ବେଣୁଧର ସେଠ,ଓଡିଆ ଚଳଚିତ୍ର ଅଭିନେତା ସଞ୍ଜୟ ପାତ୍ର ,ପୁରାତନ ଛାତ୍ର ସଂସଦ ର ସଭାପତି ଅରୁଣ କୁମାର ପଟେଳ, ସ୍ବେଛାସେବୀ ସରୋଜ କୁମାର ମେହେର,ସନାତନ ଭଇଁସା ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ଗୁରୁଦିବସ ମହତ୍ତ୍ବ ବିଷୟରେ ଉଦବୋଧନ ଦେଇଥିଲେ। ଏହି ଅବସର ରେ ୨୦୨୪ ର ଦ୍ବାଦଶ ବାର୍ଷିକ ପରୀକ୍ଷା ପ୍ରଥମ ଶ୍ରେଣୀ ଓ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଅତିଥୀଗଣ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଷ୍ଠା ଦିବସ ରେ ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାର ନାଏକ,କିରାଣୀ ଭେଷଜ ଗରଡିଆ,ଡିଇଓ ସମିନ ରଞନ ନାଏକ, ଖେଳ ଶିକ୍ଷକ ଦିଲିପ କୁମାର ପୂରୋହିତ, ପୂର୍ବତନ ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର ପୂର୍ବତନ ଅଣଶିକ୍ଷକ ସଚ୍ଚତାନନ୍ଦ ଦେହୁରୀ, ଅଣଶିକ୍ଷକ ଜୟଦେବ ରାଉତ,ଅସିମ କୁମାର ପରୁଆ,ଏକାଦଶ ଓ ଦ୍ବାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀମାନେ ତଥା ପୁରାତନ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!