ଓଡିଶା ଖବର

ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

(AKN NEWS): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପାଛୋଟି ନେଇ ମଞ୍ଚାସୀନ କରିଥିଲେ ଏବଂ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପାଦପଦ୍ମରେ ପୂଜାର୍ଚ୍ଚନା କରିଥିଲେ। ଛାତ୍ରଛାତ୍ରୀମାନେ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ଗୁରୁଦିବସ କାହିଁକି ପାଳନ କରାଯାଏ ବୁଝାଇବା ସହ ଛାତ୍ର ଜୀବନରେ ଗୁରୁଙ୍କ ଭୂମିକା, ଗୁରୁ-ଶିଷ୍ୟ ସମ୍ପର୍କ, ଗୁରୁ ମଧ୍ୟରେ ଭିନ୍ନତା ଏବଂ ଗୁରୁଙ୍କ ମହାନତା ଉପସ୍ଥାପନ କରିଥିଲେ ଏବଂ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀ ସୁନାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ର ତପନ ନାଏକ, ଯମୁନା ଖର୍ସେଲ, ରେଖା ମେହେରା, ରୂପାଲି କଣ୍ଟା, ପାଦୁକା ମାଝୀ ପ୍ରମୁଖ ଗୁରୁଦିବସ ଉପରେ ନିଜ ନିଜ ମତ ରଖିଥିଲେ। ଶେଷରେ ପାୟଲ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପ ଦେବାରେ ବିଶେଷ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!