ଓଡିଶା ଖବର

ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ

ଭବାନୀପାଟଣା, ୫।୯(AKN NEWS): ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପଡିଆରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିବା ବେଳେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ୱଜିତ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁର, କଳାହାଣ୍ଡି ସାଂସଦ ପ୍ରତିନିଧି ଜୟଶଙ୍କର ନାଏକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୧୭ଜଣ ଛାତ୍ରଛାତ୍ରୀଙ୍କୁ ଡିଷ୍ଟ୍ରିକ୍ଟ ଏକାଡେମିକ୍ ଏୱାର୍ଡ ସ୍ୱରୂପ ୧୦ହଜାର ଟଙ୍କାର ପୁରସ୍କାର ରାଶି ହିସାବରେ ମୋଟ ୧୧ଲକ୍ଷ ୭୦ହଜାର ଟଙ୍କା, ସମସ୍ତ ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୩୧୮ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ଏକାଡେମିକ୍ ଏୱାର୍ଡ ସ୍ୱରୂପ ୫ହଜାର ଟଙ୍କାର ପୁରସ୍କାର ରାଶି ହିସାବରେ ମୋଟ ୬୫ଲକ୍ଷ ୯୦ହଜାର ଟଙ୍କା, ଓଡ଼ିଆ ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪୫ଜଣ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ବୃତ୍ତି ସ୍ୱରୂପ ୭ହଜାର ୫ଶହ ଟଙ୍କା ହିସାବରେ ମୋଟ ୩ଲକ୍ଷ ୩୭ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା। ଜିଲ୍ଲାର ଅବସରପ୍ରାପ୍ତ କୃତୀ ଶିକ୍ଷକ ଓ ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା, ଶିକ୍ଷୟତ୍ରୀ ଶ୍ରୁତି ସିଲଭା ପଣ୍ଡା, ବର୍ଷାରାଣୀ ତ୍ରିପାଠୀ। ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ। ପରେ ପରେ ଭୁବନେଶ୍ଵର ଲୋକସେବା ଭବନରୁ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା। ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ କୁମାର ନନ୍ଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ୧୩ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଡିଇଓ ଓ ଡିପିସି ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ବିଷ୍ଣ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!