ଓଡିଶା ଖବର

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |

ରାଇଘର (AKN NEWS): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆ ପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ରାଇଘର ଓୟୁଡବ୍ଲୁଯେ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ରାଇଘର ଓୟୁଡବ୍ଲୁଯେ ସଂଘର ସଭାପତି ନରସିଂହ ବାଘଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରକାଶ ଝଙ୍କାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଲେ ଜିଲ୍ଲା ପରିଷଦ ଖଗେଶ୍ୱର ହରିଜନ ସମ୍ମାନିତ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିବା ବେଲେ ଝରୀଗାଁ, କୋଷାଗୁମୁଡା, ଡାବୁଗାଁ ଓ ଉମରକୋଟ ବ୍ଲକର ଓୟୁଡବ୍ଲୁଯେ ସଂଘର ସଭାପତି, ସେକ୍ରେଟାରୀ ଓ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହିଥିଲେ |ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଲ୍ଲବୀ ସୋହାୟ,ସହ ଶିକ୍ଷକ ରାଜେଶ କୁମାର ସାହୁ ଓ ଅନ୍ୟ ସହ ଶିକ୍ଷକମାନେ ଓ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ |ମୁଖ୍ୟ ଅତିଥି ଗୁପ୍ତ ପ୍ରସାଦ ଝାଙ୍କର,ଓୟୁଡବ୍ଲୁଯେ ସଂଘର ଜିଲ୍ଲା ସଭାପତି ଶେଖର ଖୁରା ଓ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଦିବସ,ବୃକ୍ଷରୋପଣ ଓ ପରିବେଶ ସନ୍ତୁଳନ ଉପରେ ସଂକ୍ଷିପ୍ତରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ |ସଭା ଶେଷରେ ସମସ୍ତେ ବିଦ୍ୟାଳୟର ମୁଖ୍ୟ ଫାଟକରେ ବିଭିନ୍ନ ପ୍ରକାର ଚାରା ରୋପଣ କରିବା ସହିତ ତାକୁ ଯତ୍ନର ସହ ବଢେଇବା ପାଇଁ ଶପଥ ନେଇଥିଲେ |

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!