ଅନନ୍ୟ

ପାଞ୍ଚଛକ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ରେ ବାଲ୍ ଗ୍ରାମସଭା ଅନୁଷ୍ଠିତ ।

(AKN NEWS): ପାଟଣାଗଡ଼ ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ପାଞ୍ଚଛକ ସ୍ଥିତ ଜୟ ମାଁ ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବାଲ୍ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମ ଜୀବୀ ମଞ୍ଚ ମିଳିତ ଆନ୍ୟୁକୂଲ୍ୟ ରେ ପ୍ରୋୟୋଜିତ କାର୍ଯ୍ୟକ୍ରମ କୁ ଲୋକ ଉନ୍ନତି ସଂଗଠନ ବଲାଙ୍ଗୀର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ଚଙ୍ଗରିଆ ସରପଞ୍ଚ ଶୁଶିଲ କୁମାର ଗୁରୁ, ବିଶ୍ଵନାଥ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା, ପାଠ୍ୟକ୍ରମ,ଓ କ୍ରୀଡ଼ାସାମଗ୍ରିର ଉପଲବ୍ଧିତା ଉପରେ ଅତିଥି ମାନେ ଉପସ୍ଥିତ ଛାତ୍ରୀ ଛାତ୍ରୀ ମାନଙ୍କୁ ବିଶଦ ଭାବରେ ଆଲୋକପାତ କରିଥିଲେ। ଭଲ ପାଠ ପଢିବା ଭଲ ମଣିଷ ହେବା, ପାଠ୍ୟକ୍ରମ କୁ ଭଲ ଭାବରେ ମନେରଖିବା । ଜୀବନରେ ଅନେକ ସମସ୍ୟା ଦେଖାଦେଇଥିବା ତାହାକୁ ନିଜକୁ ସମ୍ଭାଳି ନେଇ ଆଗକୁ ବଢ଼ିବା ସହ କ୍ରୀଡ଼ାସାମଗ୍ରି ଶାରୀରିକ ଓ ମାନସିକ ନିୟନ୍ତ୍ରଣ ରେ ସହାୟକ ହୋଇଥାଏ ବୋଲି ମୂଖ୍ୟ ଅତିଥି ଶ୍ରୀ ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ ଉନ୍ନତି ସଂଗଠନ ପରିଚାଳନା କରିଥିବା ବେଳେ ଏଥିରେ ଉକ୍ତ ମହାବିଦ୍ୟାଳୟ ସମେତ ପଞ୍ଚାୟତ ଅଧିନସ୍ଥ ଚଙ୍ଗରିଆ କନ୍ୟାଶ୍ରମ ,ରେଙ୍ଗାଲଜୁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଲୁହାଖାନ ଓ ଦୁନ୍ଦେଲ ଆଦି ବିଦ୍ୟାଲୟ ର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ଅଧ୍ୟକ୍ଷ ବିଶ୍ଵନାଥ ଦଳେଇ,ଯୁକ୍ତ ଦୁଇ ଅଧ୍ୟକ୍ଷା ସସ୍ମିତାସେନ ବାରିକ୍, ଚଙ୍ଗରିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧେଶ୍ୟାମ ମେହେର, ଅଧ୍ୟାପକ ପ୍ରବିଣ କୁମାର ଦାଶ, ଡିଲେଶ୍ଵର ସାହୁ,ଆତିସ କୁମାର ମେହେର, ଶିକ୍ଷୟତ୍ରୀ ଉର୍ମିଳା ଯୋଷୀ, କନ୍ୟା ଆଶ୍ରମ ପ୍ରଧାନ ଶିକ୍ଷକ ଦିପକ ଧରୁଆ, ରେଙ୍ଗାଲଜରୀ ସହକାରୀ ଶିକ୍ଷକ ରୁଦ୍ରମଣି ବାଗ ,ଗ୍ରାମ୍ୟ କମିଟି ସଭାପତି ଯୁବରାଜ ବଗାର , ଛାତ୍ର ସଭାପତି ହିମାଂଶୁ ସରାଫ, ଛାତ୍ରୀ ସଭାନେତ୍ରୀ ପ୍ରିତୀ ନନ୍ଦା ମିଶ୍ର , ଲଲିତ କୁମାର ପୁଟେଲ, ଲୋକନାଥ ପଣ୍ଡା ଙ୍କ ସହ କଲେଜ ସମସ୍ତ କର୍ମଚାରୀ ଓ ଲୋକ ଉନ୍ନତି ସଂଗଠନ ର ସଦସ୍ୟ ମାନେ ସହଯୋଗ କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!