ଓଡିଶା ଖବର

ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ ଗୁରୁ ଦିବସ 

(AKN NEWS): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀ ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ କଳା ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ମିଳିତ ଉଦ୍ୟମରେ ଗୁରୁଦିବସ ପର୍ବଟି ପାଳିତ ହୋଇଯାଇଛି।

ଉକ୍ତ ଶୁଭ ଦିବସରେ କଳା ଓ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପାଛୋଟି ନେଇ ସର୍ବ ପଲ୍ଲୀ ରାଧାକ୍ରୀଷ୍ଣାନ୍ ଙ୍କ ପାଦପଦ୍ମରେ ପୂଜାଚ୍ଚନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ପୂଜା ଚର୍ଚ୍ଚାକରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ଭାରତରତ୍ନ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପରମ ତ୍ୟାଗ କଥା ଯିଏ କହିଥିଲେ ମୋ ଜନ୍ମଦିନ ପାଳନ କରିବାର ଆବଶ୍ୟକତା ନାହିଁ ମୋ ଜନ୍ମଦିନକୁ ଗୁରୁଦିବସ ଭାବରେ ପାଳନ କଲେ ମୁଁ ଅତ୍ୟନ୍ତ ଆନନ୍ଦିତ ହେବି ଏହିପରି ବିଭିନ୍ନ ପୌରାଣିକ କଥା ବାସ୍ତୁର ଉଦାହରଣ ଦେଇ ଛାତ୍ର ଜୀବନରେ ଗୁରୁର ଭୂମିକା, ଗୁରୁ ଶିଷ୍ୟ ସମ୍ପର୍କ ,ଗୁରୁ ମଧ୍ୟରେ ଭିନ୍ନତା ଏବଂ ଗୁରୁଙ୍କ ମହାନତା ଛାତ୍ର ଛାତ୍ରୀ ମାନଙ୍କ ନିକଟରେ ଉପସ୍ଥାପନ କରିବା ସହିତ ତାଙ୍କର ଉଜ୍ଜଳା ଭବିଷ୍ୟତ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀ ସୁନାନୀ ମଞ୍ଚ ପରିଚାଳନ କରିଥିଲେ ଏବଂ ତପନ ନାଏକ, ଯମୁନା ଖର୍ସେଲ, ରେଖା ମେହେରା, ରୂପାଲି କଣ୍ଟା, ପାଦୁକା ମାଝୀ ପ୍ରମୁଖ ଗୁରୁଦିବସ ଉପଲକ୍ଷେ ନିଜ ନିଜ ମତ ରଖିଥିଲେ। ଶେଷରେ ପାୟଲ ସୁନାନୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭାଟିକୁ ସଫଳ ରୂପ ଦେବାରେ ବିଶେଷ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!