କୁର୍ଲୁଘାଟି ଗାଁରେ VNR ବିହନ କମ୍ପାନୀ ଦ୍ୱାରା 2425 ପାୱାର ହାଇବ୍ରିଡ୍ ଧାନ ଉପରେ ଫସଲ ପରିଦର୍ଶନ

ନବରଙ୍ଗପୁର ( AKN NEWS): କୃଷି କ୍ଷେତ୍ରରେ ଚାଷୀମାନେ କିପରି ଅଧିକ ଲାଭ ପାଇପାରିବେ ତାହା VNR ବିହନ କମ୍ପାନୀ ଦ୍ୱାରା ନିଆଯାଇଥିବା ଏକ ବହୁତ ଭଲ ପଦକ୍ଷେପ। ନବରଙ୍ଗପୁର ସହର ନିକଟ କୁର୍ଲୁଘାଟି ଗାଁରେ ଏକ ବିଶାଳ VNR SEEDS କମ୍ପାନୀ ତରଫରୁ 2425 ପାୱାର ଧାନ ବିହନ ଉପରେ ବିଶାଳ ଫସଲ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟ କ୍ରମରେ ୪୦ ରୁ ୪୫ ରିଟେଲର ଦୋକାନୀ ଓ ୧୦ ଜଣ ବଡ ଚାଷୀ ଯୋଗ ଦାନ କରିଥିଲେ ।ସର୍ବ ପ୍ରଥମେ କମ୍ପାନୀ ASM(Odisha) ବିଶ୍ଵ ଭୂଷଣ ମହାକୁଳ ଯୋଗ ଦେଇ ରିଟେଲର ଓ ଚାଷୀମାନଙ୍କୁ 2425 ପାୱାର ଧାନ ବିଷୟରେ ବିସ୍ତୃତ ଭାବରେ କହିଲେ।
VNR କମ୍ପାନୀର TSM ଆଶିଷ କୁମାର ଗିରି (ନବରଂଗପୁର) ଯୋଗଦେଇ ଭି ଏନ୍ ଆର୍ କମ୍ପାନୀ ର ବିହନ ର ଗୁଣବତ୍ତା ବିଷୟରେ ଚାଷୀ ମାନଙ୍କୁ ବୁଝେଇଥିଲେ । ଆଗାମୀ ଚାଷ କେମିତି କରିବେ ତାହା ବିଷୟ ରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସେହି ଗାଁର ବଡ଼ ଚାଷୀ ଭାଇ ଶ୍ରୀ ଶିଶିର ଗନ୍ତାୟତ ଯୋଗଦାନ କୁରି ସ୍ଥାନୀୟ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ନବରଂଗପୁର ସ୍ଥିତ ନାମୀଦାମୀ ଡିଷ୍ଟ୍ରିବୁଟର ଶ୍ରୀନୀବାସ ସିଡସ୍ ଷ୍ଟୋର ଆସି ନୁଆ ଧାନ ବିଷୟରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟ କ୍ରମରେ MDO ଆଶିଷ,ତୁଷାର ମୁରଲୀ, ବିଶ୍ଵ ରଞ୍ଜନ ସହଯୋଗ କରିଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


