ଓଡିଶା ଖବର

କୁ .ତାଇଁସର ଗ୍ରାମ ପଞ୍ଚାୟତ କୁ ନିଶା ମୁକ୍ତ କରିବା ପାଇଁ ସମାବେଶ ଓ ଶୋଭାଯାତ୍ରା 

କୁଚିଣ୍ଡା(AKN NEWS):ମହୁଲ ପାଲି ଥାନା ,କୁସୁମୀ ଫାଣ୍ଡି ଅଞ୍ଚଳର କୁ.ଟାଇଁସର ଗ୍ରାମର ମଣ୍ଡପ ଠାରେ ନିଶା ନିବାରଣ ଅଭିଯାନର ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ଅନିତା ସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶ ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସ୍ତରୀୟ ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସେ ତାଙ୍କ ଭାଷଣ ରେ ନିଶାମୁକ୍ତ ଓଡ଼ିଶା ଗଠନ ପୂର୍ବରୁ ପ୍ରତ୍ୟେକ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ହେବ ବୋଲି ବିଭିନ୍ନ ଉଦାହରଣ ଦେଇ କହିଥିଲେ ।ଅଭିଯାନର କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣା କର କିସାନ ଆଜି ରାଜ୍ୟ ସରକାର ନିଶା ନିବାରଣ ଗଣ ଦୌଡ଼ କରୁଥିବା ସୂଚନା ଦେଇ କିଛି ନେତାଙ୍କ ଯୋଗୁଁ ପୁଣି ବନ୍ଦ ଥିବା ମଦ ଭାଟି କୁ ଖୋଲିବାର ନିଷ୍ପତ୍ତିକୁ ନିନ୍ଦା କରିଥିଲେ । ଏମ. ବି. କେ . ବିସଲ୍ୟା କିଶାନ ନିଜ ଅଞ୍ଚଳରେ ନିଶା ବିରୁଦ୍ଧରେ ମା ମାନେ ଏକତ୍ରିତ ହେଉ ଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ।ଗାଁ ର ମୁଖ୍ୟା କୁଞ୍ଜଳତା ପଟେଲ ଓ ସି ଆର୍ ପି ତାଙ୍କ ବକ୍ତବ୍ୟ ରେ ଅଞ୍ଚଳରେ ଥିବା ସମସ୍ତ ବେଆଇନ ଭାଟି ବନ୍ଦ କରି ଗ୍ରାମ ପଞ୍ଚାୟତ କୁ ନିଶାମୁକ୍ତ ରଖିବାକୁ ଆହ୍ବାନ ଦେଇଥିଲେ ।ପ୍ରାରମ୍ଭ ରେ ଅଭିଯାନ ର ପଞ୍ଚାୟତ ସମ୍ପାଦକ ସୁମତି କିସାନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ନାୟକ ଓ ଏମ ବି କେ ଙ୍କୁ ତାଙ୍କ ଜନ୍ମ ଦିନ ଉପକ୍ଷେ ଫୁଲ ତୋଡା ଦେଇ ଗ୍ରାମ ପଞ୍ଚାୟତ ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ପରେ ଶ୍ରୀ ସୁବାସ ନାୟକ ସମସ୍ତଙ୍କୁ ଆଜିଠାରୁ ନିଶା ତ୍ୟାଗ କରିବା ଓ ଅଞ୍ଚଳ କୁ ନିଶା ମୁକ୍ତ କରିବାକୁ ଶପଥ ପାଠ କରାଇଥିଲେ । ଦ୍ଵିତୀୟ ଅଧିବେଶନ ରେ ସ୍ଵେଚ୍ଛାସେବୀ ସୁଶ୍ରୀ ପୂଜା ସିଂହ, ରଶ୍ମିତା ନିଶାନ ,ପୂଜା ବାଘ ଓ ପ୍ରିୟଙ୍କା ସିଂହଙ୍କ ପରିଚାଳନାରେ ସମସ୍ତ ପଡ଼ା ଓ ଗ୍ରାମକୁ ଯାଇ ପଦଯାତ୍ରା ତଥା ବିଭିନ୍ନ ସ୍ଲୋଗାନ ସହ ଶୋଭାଯାତ୍ରାରେ ପରିକ୍ରମା କରି ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ । ଆଗାମୀ ଦିନରେ କୁଚିଣ୍ଡା ସହର ପରିକ୍ରମା କରି ଉପଜିଲ୍ଲାପାଳ, ଏସ. ଡି. ପି. ଓ. ଓ ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ଦେବାର ନିଷ୍ପତ୍ତି ନିଆଯାଇଛି ।ଶେଷରେ ଡ଼ଲି ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ପରି ନିଶା ବିରୋଧୀ ଜନ ସଚେତନତା ସମଗ୍ର ଉପଖଣ୍ଡରେ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!