ଗୋଲାମୁଣ୍ଡା ବ୍ଲକ ରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ, ଜିଲ୍ଲା ରେ ସର୍ବାଧିକ ୨୦୬ ୟୁନିଟ ସଂଗ୍ରହ

ଗୋଲାମୁଣ୍ଡା(AKN NEWS):କଳାହାଣ୍ଡି ଜିଲ୍ଲା ରେ ଭାରତୀୟ ଜନତା ପାର୍ଟିର ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାର ରେ ଥିବା ଅଭାବ କୁ ଦୂର କରିବା ପାଇଁ ଏକ ଛୋଟ ପ୍ରୟାସ ଜାରି ରହିଛି,ଜିଲ୍ଲାରେ ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ କଳାହାଣ୍ଡିର ୧୩ ଗୋଟି ବ୍ଲକ୍ ର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଅଛି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ ଆଜି ଗୋଲାମୁଣ୍ଡା ବ୍ଲକ ଚପୁରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ସ୍ୱତନ୍ତ୍ର ଅତିଥି ବିଜେପି ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର, ଜିଲ୍ଲା ମିଡ଼ିଆ ସଂଯୋଯକ ନରହରି ପଟ୍ଟନାୟକ, ଜିଲ୍ଲା ଓବିସି ସେଲ ସାଧାରଣ ସମ୍ପାଦକ ଟଙ୍କଧର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ।
ସ୍ୱାସ୍ଥ୍ୟ ବିଭାଗ ରୁ ଗୋଷ୍ଠୀ ସ୍ୱାସ୍ଥ୍ୟ ର ଇନଚାର୍ଜ ଡାକ୍ତର ଅରବିନ୍ଦ ଦାଶ, ନିର୍ମଳ ପ୍ରଧାନ, ଡାକ୍ତର ପାଢ଼ୀ ବାବୁ ରହି ସହଯୋଗ କରିଥିଲେ,କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ,ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈସାଖୁ କେତକୀ ,ରକ୍ତଦାନ ଶିବିର ବ୍ଲକ ସଂଯୋଜକ ଶ୍ୟାମ ଅଗ୍ରୱାଲ ,ବରିଷ୍ଟ କାର୍ଯ୍ୟକର୍ତ୍ତା ଜୟନ୍ତ ସିଂ,ମନୋଜ ଅଗ୍ରୱାଲ,ଭୂଷବ ନାଏକ,ଲଳିତ ପ୍ରଧାନ ,ଯୁବମୋର୍ଚ୍ଚା ର ବିକାଶ ସାହୁ,ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ଚମ୍ପାବତି ସାହୁ, ବିଶିକେଶନ ଜୋତିଶ,କୁଶଧ୍ୟଜ ସାହୁ,କୃଷ୍ଣ ମହାନନ୍ଦ, ଈଶ୍ୱର ପଟେଲ, ଉପେନ୍ଦ୍ର ସିପକା, ବସନ୍ତ ଚଲାନ, ସୋମ୍ୟ ଅଗସ୍ତି, ସୁଧୀର ସାହୁ, ଆଶୁତୋଷ ରାଉତ, ସନ୍ତୋଷ ମାଝୀ, ଧର୍ମେନ୍ଦ୍ର ଦୀପ, ତ୍ରିଲୋଚନ ନାଏକ, ଦାମୋଦର ଦାଶ, ବ୍ରହ୍ମ ପ୍ରସାଦ କାଣ୍ଡ,ପଙ୍କଜ ମହାନନ୍ଦ, ଦେବ ସୁନାନୀ, ରାଇଚନ ଅଘରିଆ, ଅଶ୍ୱିନ ମଲ୍ଲିକ, ମାନସ ରାଉତ,ଚନ୍ଦ୍ର କେତକୀ ଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।
Dharamgarh upa khanda ru Shyam Sundar Agrawal AKN NEWS


