କୃଷ୍ଣ ପ୍ରସାଦ ଗଡ ଇପିଙ୍ଗ ଗ୍ରାମରେ ଦଣ୍ଡ ନୃତ୍ୟ ଅନୁଷ୍ଠିତ ।

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ଇପିଙ୍ଗ ଗ୍ରାମରେ ପାରମ୍ପରିକ ଭାବରେ ବାବା ବାଙ୍କେଶ୍ଵର ଦେବଙ୍କ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି । ମା ଶ୍ୟାମାକାଳୀ ପୂଜା କମିଟି ର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ନେତୃତ୍ୱ ରେ ଏବଂ ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତ ରେ ବେଶ୍ ଆଡମ୍ବର ସହକାରେ ତା-୦୬-୦୪-୨୫ ରିଖ ରବିବାର ଦିନ ପାଳିତ ହୋଇଥିଲା ।ଏହି ଅବସରରେ ପାଣି ତୋଳା ନୀତି ,ସନ୍ଧ୍ୟା ଆଳତି ଭୋଗଖିଆ ନୀତି ହେବା ସହ ପ୍ରଭୁ ଗ୍ରାମ ପରିକ୍ରମା କରିଥିଲେ ଏବଂ ମଧ୍ୟ ରାତ୍ରରେ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଏଥିରେ ଏକୋଇଶ ହଳ ପଟେ ନୃତ୍ୟକାରୀ ନୃତ୍ୟ ପରିବେଷଣ କରିଥିଲେ ତତ୍ ସହିତ ରାତ୍ରର ଅନ୍ତିମ ପ୍ରହରରେ ଚଢ଼େୟା ଙ୍କୁ ଜୀବଦାନ ଦେଲା ପରେ ଦଣ୍ଡ ନୃତ୍ୟ ଶେଷ ହୋଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ମା କାଳୀପୂଜା କମିଟିର ସମସ୍ତ ସଦସ୍ୟ ମାନେ ମିଶି ସୁଚାରୂପେ ସଂପାଦନ କରିଥିଲେ ।
କୃଷ୍ଣ ପ୍ରସାଦ ବ୍ଲକରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News


