ଝାରସୁଗୁଡ଼ା ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକୋତ୍ସବ

ଝାରସୁଗୁଡ଼ା:୬/୪(AKN NEWS): ଝାରସୁଗୁଡ଼ା ସ୍ଥିତ ଝରଣା ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି ରାଧେଶ୍ୟାମ ପାଣ୍ଡେ ଙ୍କ ସଭାପତିତ୍ବରେ ଅଷ୍ଟମ ବାର୍ଷିକୋତ୍ସବ ପ୍ରସନ୍ନ ପଣ୍ଡା ଆଇନ କଲେଜ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଡ଼ ପ୍ରଦୀପ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ,ଅନ୍ୟତମ ଅବସର ପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା,ମଧୁମୟ ସାହିତ୍ୟ ର ପ୍ରତିଷ୍ଠାତା ରାଜଶ୍ରୀ ମେହେର ପ୍ରମୁଖ ସମ୍ମାନିତ ଅତିଥି ଓ ସମ୍ବଲପୁର ବି. ଇ. ଡି. କଲେଜ ର ଅଧ୍ୟାପିକା ଡ଼ ମମତା ପ୍ରିୟ ଦର୍ସିନୀ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ସେମାନେ ତାଙ୍କ ଭାଷଣରେ ସାଂପ୍ରତିକ ସମାଜ ରେ ସାହିତ୍ୟ ର ଦଶା ଓ ଦୀଶା ଶୀର୍ଷକରେ ଆଲୋଚନା କରିଥିଲେ । ସେମାନେ ତାଙ୍କ ଭାଷଣରେ ସାହିତ୍ୟିକ ମାନେ ଧର୍ଯ୍ୟହରା ନ ହୋଇ ସମାଜ ପାଇଁ ସାହିତ୍ୟ ରଚନା କଲେ ତାହା ଦିନେ କା ଳ ଜୟୀ ହୋଇ ପାରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ ମାଧୁରୀ ମିଶ୍ର,ଡ଼. କୈବଲ୍ୟ ମିଶ୍ର, ବନମାଳି ନାମଦେଓ, ବସନ୍ତ ନାଥ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ ।ଏହି ଅବସରରେ ଏକ ପୁସ୍ତକକୁ ମଧ୍ୟ ଅତିଥି ଗଣ ଉନ୍ମୋଚନ କରିଥିଲେ ।ବିଭିନ୍ନ ପ୍ରତିଭା ଯଥା ଆଲୋକ ପାଣିଗ୍ରାହୀ, ତୀର୍ଥ ବାସି ପଟେଲ, ମନୋରଞ୍ଜନ ପଣ୍ଡା, ମଦନ ମୋହନ କଣ୍ଟା, ରାଧା ମୋହନ ପଣ୍ଡା, ତୈଲୋକ୍ୟ ନାଥ ମହାପାତ୍ର, ପ୍ରମୋଦ କୁମାର ନାୟକ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ଶେଷରେ ସମ୍ପାଦିକା ମାଧୁରୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ତ୍ରାହି ଲକ୍ଷ ନାଥ ଙ୍କ ସଂଯୋଜନା ରେ ବଂଶୀଧର ପ୍ରସାଦ, ମନ୍ଦାକିନୀ ଶତପଥୀ, ମୁରଲୀ ଧର ନାୟକ, ମାଧବି ପଟେଲ ପ୍ରମୁଖ ୫୦ ଜଣ କବି ଓ କବୀୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ଇସାନ୍ ଚନ୍ଦ୍ର ମିଶ୍ର ,କୁନୁ ଦେହୁରୀ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରି ଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


