ଓଡିଶା ଖବର
କୃଷ୍ଣ ପ୍ରସାଦ ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଅଜୟ ଫର୍ଣିଚର୍ ସେଣ୍ଟର୍ ରେ ଅଜୟ ମହାରଣା ଙ୍କ ନେତୃତ୍ୱ ରେ ବିଶ୍ଵକର୍ମା ପୂଜା ବେଶ୍ ଧୁମ୍ ଧାମ ରେ ପାଳିତ ହୋଇଯାଇଛି । ପଣ୍ଡିତ ଗିରିଜା ପ୍ରସାଦ ଦେବତା ଙ୍କ ଦ୍ଵାରା ଯଥା ବିଧି ପୂଜା ଓ ଯଜ୍ଞ କର୍ମ ହୋଇଥିଲା କର୍ତ୍ତା ଓ କର୍ତ୍ତି ଭାବରେ ଅଜୟ ଫର୍ଣିଚରର ଓନର ଶ୍ରୀଯୁକ୍ତ ଅଜୟ କୁମାର ମହାରଣା ଓ ତାଙ୍କ ଧର୍ମ ପତ୍ନୀ ଗୀତାଞ୍ଜଳି ମହାରଣା ଯଜ୍ଞ କର୍ମ ରେ ଉପସ୍ଥିତ ରହି ଯଜ୍ଞ କର୍ମ ସମାପନ କରିଥିଲେ । ଆଜକୁ ପ୍ରାୟ ଆଠ ବର୍ଷ ଧରି ବିଧିବଦ୍ଧ ଭାବେ ପୂଜା କରି ଆସୁଛନ୍ତି ତତ୍ ସହିତ ଯଜ୍ଞ ଆହୁତି ସମାପନ ପରେ ପୁଷ୍ପାଞ୍ଜଳି ଦିଆଯାଇ ପୂଜା କର୍ମ ସୁଚାୁରୂପେ ସଂପାଦନ ହୋଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


