କୋରାପୁଟ,୪/୧୦:
କୋରାପୁଟ ଜିଲ୍ଲାରେ ରହିଥିବା ୧୪ ଗୋଟି ବ୍ଲକରେ ସର୍ବ ଧର୍ମ,ସର୍ବ ଜାତି,ସର୍ବ ଭାଷାବାଦୀ , ମାନ୍ୟଗଣ୍ୟ ବ୍ୟକ୍ତି, ଯୁବା ଯୁବତୀ, ସର୍ବ ଦଳୀୟ ନେତା ଏବଂ ସମସ୍ତ ସମାଜ ସେବୀ ଅନୁଷ୍ଠାନର ଲୋକମାନଙ୍କୁ ନେଇ ଆଜି କୋରାପୁଟ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିକରି ଅବିଭକ୍ତ କୋରାପୁଟ ଆନୁଷ୍ଠାନିକ ପକ୍ଷରୁ ଗତକାଲି ବନ୍ଦ ଡାକରା ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ସକାଳୁ ସକାଳୁ ଦଳଗତ ନିର୍ବିଶେଷରେ ଏକତ୍ରିତ ହୋଇ ୧୨ ଘଣ୍ଟିଆ ବନ୍ଦ ଡାକରାରେ ସମସ୍ତ ଲକ୍ଷ୍ମୀପୁର , କୋରାପୁଟ ରୁ ଯାଉଥିବା ଜାତୀୟ ରାଜପଥ କୁ ଅବରୋଧ ସହ ବ୍ଲକ ର ଦଶମନ୍ତପୁର, ବନ୍ଧୁଗାଁ, ନାରାୟଣ ପାଟନା , ସୁନାବେଡ଼ା, ସେମିଳିଗୁଡା, ଏବଂ ଦାମନଯୋଡି ଇତ୍ୟାଦି ନିଜ ନିଜର ବ୍ଲକରେ ସାମିଲ୍ ହୋଇ ବନ୍ଦ ଡାକରା କାର୍ଯ୍ୟକ୍ରମ କୁ ସଫଳତା କରି ଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନର ମୁଖ୍ୟ ରାସ୍ତା ଗୁଡିକ ଅବରୋଧ କରିବା ଯୋଗୁଁ ବିଭିନ୍ନ ସ୍ଥାନରେ ନିଜ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାଆସିବା କରୁଥିବା ଯାତ୍ରୀମାନେ ନାହିଁନଥିବା ସମସ୍ୟା ସହ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଗାଡ଼ି ମୋଟର ଚଳାଚଳ ସହ ଶିକ୍ଷା ଅନୁଷ୍ଠାନ ବଜାର ମଧ୍ୟ ବନ୍ଦ ରହିଛି। ଏଥିରେ କେବଳ ମେଡିକାଲ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡିକୁ ଛାଡିଦେଲେ ଆଉ କୋୖଣସି ଗାଡ଼ିକୁ ଛଡ଼ା ଯାଉନାହିଁ। ଏହି ବନ୍ଧ ଡ଼ାକରାରେ ନିଜ ନିଜର ବ୍ଲକରେ ଶତାଧିକ ଲୋକମାନେ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନ ବାବଦରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା କହିଛନ୍ତି କୋରାପୁଟ ଜିଲ୍ଲାରେ ଆଗରୁ ମଧ୍ୟ ବନ୍ଦ ଡାକରା କରାଯାଇଛି କିନ୍ତୁ ଏବେ ପ୍ରକାର ହେବାକୁ ଦେବୁ ନାହିଁ, ଯଦି ହେବ ତାହେଲେ ଆଉଥରେ ବନ୍ଦ ଡାକରା କାର୍ଯ୍ୟକ୍ରମ କରାଯିବ ବୋଲି ଜନତାର ଦୁଃଖ ଓ ସୁଖର ସାଥୀ ବିଧାୟକ ପବିତ୍ର ସାଉନ୍ତା ଉପସ୍ଥାପନ କରିଥିଲେ।