ଓଡିଶା ଖବରଜିଲ୍ଲା

ଫେଲ୍ ମାରିଛି ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା,ଗଲା କୋଉଠି ଡବଲ ଇଞ୍ଜିନ ସରକାର।

ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ଅଞ୍ଚଳର ଉନ୍ନତି ପାଇଁ ଅନେକ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ମାନ କରାଯାଏ,ହେଲେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ପଞ୍ଚାୟତ ସ୍ଥିତ ଭେରୁଆମାଲ୍ ଗ୍ରାମରେ।ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭେରୁଆମାଲ ଗ୍ରାମର ମହିଳା ମାନେ ଫରସରା ପଞ୍ଚାୟତ କୁ ଏକ ଗାଡ଼ି ଯୋଗେ ଯାଉଥିବା ବେଳେ ଅଳ୍ପକେ ବର୍ତୀ ଯାଇଛନ୍ତି।ଏବଂ ରାସ୍ତା ଟି ଅତି କଦର୍ଯ୍ୟ ହୋଇ ଥିବାରୁ ଗାଡ଼ିର ଚକଟି କାଦୁଆ ରେ ଅଟକି ଯାଇଥିଲା।ଯାହାଫଳରେ ଅନ୍ୟଏକ ଟ୍ରାକ୍ଟର ଆଣି ସେହି ଅଟକି ଯାଇଥିବା ଗାଡ଼ି କୁ ଉଧାର କରିଥିଲେ।ଓଡ଼ିଶାରେ ଯେମିତି ଚାଲିଛି ସେହି ଭଳି ଏଠି ମଧ୍ୟ ଆପଣ ମାନେ ସ୍ପଷ୍ଟ ଦେଖି ପାରୁଥିବା ଗୋଟିଏ ଇଞ୍ଜିନ କୁ ଆଉ ଗୋଟିଏ ଇଞ୍ଜିନ ବାହାର କରୁଥିଲା ।ଡବଲ୍ ଇଞ୍ଜିନ କହି ଓଡ଼ିଶାରେ ଧୂଆଁ ବୁଲୁଉଥିବା ବେଳେ ଆପଣ ମାନେ ଦେଖି ଜାଣୁଥିବେ ଯେ ଗୋଟିଏ ଇଞ୍ଜିନ ଆଉ ଗୋଟିଏ ଇଞ୍ଜିନ କୁ କାଦୁଅ ମଧ୍ୟରୁ ବହାର କରୁଛି।ବୋଡ଼େନ ଏକ ଏଭଲି ଅଞ୍ଚଳ କିଛି ଜାଗାରେ ମନରେଗା ଯୋଜନା ରେ ଅତି ନିମ୍ନ ମାନର କାର୍ଯ୍ୟ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାକୁ ଆତ୍ମସାତ କରିଦେଇଛନ୍ତି,ହେଲେ,ହେଲେ ଦୁର୍ଭାଗ୍ୟର ବିଷୟ ଉକ୍ତ ଗ୍ରାମ ପାଇଁ ଗୋଟିଏ ପକ୍କା ରାସ୍ତା ନାହିଁ ଯାହା ଫଳରେ ଛାତ୍ର ଛାତ୍ରୀ,ଗର୍ଭବତୀ ମା ଓ ଗ୍ରାମର ଅନେକ ଲୋକ ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ପ୍ରକୃତରେ ସରକାରୀ ବାବୁ ମାନେ ଗ୍ରାମକୁ ଗ୍ରାମ ପରିଦର୍ଶନ କରୁଛନ୍ତି,ତାହାହେଲେ କାହିଁକି ଏଭଳି ସମସ୍ୟା ଦେଖାଯାଉ ନାହିଁ।ଯଦି ଏଭଳି ସମସ୍ୟା ଦେଖୁଛନ୍ତି ତାହାହେଲେ କାହିଁକି ଏଭଳି ସମସ୍ୟାର ସମାଧାନ କରାଯାଉ ନାହିଁ।ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଏ ସମସ୍ୟାର ପ୍ରତିକ୍ରିୟା ନେବା ପରେ ଯଥା ଶୀଘ୍ର ଏ ଘଟଣାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

ବୋଡ଼େନ ବ୍ଲକ ପ୍ରତିନିଧି ମନୋଜ କୁମାର ଖମାରୀ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!