କୋଲକତା ଡାକ୍ତରୀ ଛାତ୍ରୀଙ୍କୁ ହତ୍ଯା ପ୍ରତିବାଦରେ ସିନାପାଲିରେ କ୍ଯାଣ୍ତେଲ ଯାତ୍ରା

ନୂଆପଡା (AKN NEWS): ବହୁତର୍ଚ୍ଚିତ କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯାର ପ୍ରତିବାଦରେ ସିନାପାଲି ଠାରେ ଏକ ଶାନ୍ତିପୂର୍ଣ୍ଣ କ୍ଯାଣ୍ତେଲ ଶୋଭାଯାତ୍ରା କରାଯାଇଛି ସ୍ଥାନୀୟ ୟୋଗୀ ଫିଟନେସ୍ କ୍ଲବର ଆହ୍ୱାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ପ୍ରଥମେ କ୍ଲବ ପରିସରରୁ ଶୋଭାଯାତ୍ରା ବାହାରି ସିନାପାଲି ନଗର ପରିକ୍ରମା କଲା ପରେ ଥାନା ପରିସରକୁ ପହଂଚିଥିଲା ସେଠାରେ ସ୍ବର୍ଗତା ଡାକ୍ତରୀ ଛାତ୍ରୀଙ୍କ ଫଟୋ ସମ୍ମୁଖରେ କ୍ଯାଣ୍ତେଲ ଜାଳି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା ଏଥିସହ ଘଟଣାରେ ସଂପୄକ୍ତ ଅଭିଯୁକ୍ତଙ୍କୁ ଯାଥାଶୀଘ୍ର ଠାବ କରି କଠୋର ଦଣ୍ତ ଦେବାକୁ ଦାବି କରି ଏକ ସ୍ମାରକ ପତ୍ର ସ୍ଥାନୀୟ ଥାନାଧିକାରୀଙ୍କ ଊଦ୍ଦେଶ୍ଯରେ ପ୍ରଦାନ କରାଯାଇଥିଲା
କାର୍ଯ୍ଯକ୍ରମ ଆୟୋଜନରେ ଫିଟନେସ କ୍ଲବ ତତ୍ୱାବଧାରକ ସଜତ ସୋହନ ଯୋଷୀ, ଉଦନ୍ତୀ ୟୁଥ କ୍ଲବ ସଭାପତି ସୁରଜ କୁମାର ମେହେର, ସଂପାଦକ ପ୍ରଭାତ କୁମାର ମେହେର, ବେଣୁଧର ମେହେର, ଦର୍ଶନ ମେହେର ଓ ହନୁମାନ ୟୁଥ୍ କ୍ଲବର ବିକାଶ ମେହେର, ଅନିଲ ମେହେର ନେତୄତ୍ୱ ନେଇଥିବା ବେଳେ ସ୍ବର ସଙ୍ଗମ କଳା ପରିଷଦ ସଭାପତି ତ୍ରିନାଥ ମେହେର, ସଂପାଦକ ବୈଷ୍ଣବ ମେହେର, ପ୍ରେମାନନ୍ଦ ମେହେର ସମେତ ଶତାଧିକ ଯୁବକ ଏବଂ ସାଧାରଣ ଲୋକ ଊପସ୍ଥିତ ଥିଲେ
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


