ଓଡିଶା ଖବର

ଗୁମ୍ମା ପୂର୍ଣ୍ଣିମା ମହା ଉତ୍ସବ ଚିତ୍ରକୋଟ 

ତେନ୍ତୁଳିଖୁଣ୍ଟି (AKN NEWS): ୧୯/୦୮/୨୪/ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ୍ ଗ୍ରାମରେ ବଡ଼ ଧୁମ୍ ଧାମରେ ରାଖୀ ବନ୍ଧନ ଓ ଗୁମ୍ମା ପୂର୍ଣ୍ଣିମା ତଥା ଗୁମା ଡ଼ିଆଁ କାର୍ଯ୍ଯକ୍ରମ ମହା ଉତ୍ସବ ପାଳନ ହୋଇଯାଇଛି।

ଉକ୍ତ ରାଖୀ ବନ୍ଧନ ଓ ଗୁମ୍ମା ପୂର୍ଣ୍ଣିମା ତଥା ଗୁମା ଡ଼ିଆଁ କାର୍ଯ୍ଯକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁସୁମା ପୂଜାରୀ ଜଗ ଦେଇ ଗୁମା ଡ଼ିଆଁ କାର୍ଯ୍ଯ କ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀ ତ୍ରିପତି ପୂଜାରୀ ଶ୍ରୀ ସହଦେବ ବିଷୋୟୀ ଶ୍ରୀ ହରେକୃଷ୍ଣ ବିଷୋୟୀ ଶ୍ରୀ ଦମଦାର ବିଷୋୟୀ ଶ୍ରୀ ସାସିଭାନୁ ବିଷୋୟୀ ଜଗଦେଇ ଗୁମ୍ମ ଡିଆଁରେ ଭାଗ ନେଇ ଥିବା ପ୍ରତି ଜୋଗିତାଙ୍କୁ ବେଶ୍ ଉତ୍ସାହ ପ୍ରଦାନ୍ କରିଥିଲେ।

ଉକ୍ତ ରାଖୀ ବନ୍ଧନ ଓ ଗୁମ୍ମା ପୂର୍ଣ୍ଣିମା ତଥା ଗୁମା ଡ଼ିଆଁ କାର୍ଯ୍ଯକ୍ରମ ମହା ଉତ୍ସବକୁ ପରିଚାଳନା ଶ୍ରୀ ପ୍ରଦୀପ ବିଷୋୟୀ ଶ୍ରୀ ଦେବେନ୍ଦ୍ର ସରାବୁ ଓ ଜାନୀ ସାହି ଯୁବ ଗୋଷ୍ଟି ପରିଚାଳନା ଓ ଚେଷ୍ଟା ପ୍ରଚେଷ୍ଟା କରି ଅତି ସୁନ୍ଦର୍ ଭାବେ ରାଖୀ ବନ୍ଧନ ଓ ଗୁମ୍ମା ପୂର୍ଣ୍ଣିମା ତଥା ଗୁମା ଡ଼ିଆଁ କାର୍ଯ୍ଯକ୍ରମ ମହା ଉତ୍ସବ ଅତି ଆନନ୍ଦର ସହ ପାଳନ କରିଥିଲେ।

ତେନ୍ତୁଳିଖୁଣ୍ଟି ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!