ଓଡିଶା ଖବର

କୋଲାବିରା ସ୍ନାତକ ମହା ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ସଚେତନତା 

କୋଲାବିରା (AKN NEWS): ଆଜି କୋଲାବିରା ର ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ସଭା ଗୃହରେ ମା ସମଲେଶ୍ୱରୀ ସେବା ସଂଘ ଉଦ୍ୟମରେ ଆୟୋଜିତ ବୃକ୍ଷ ରୋପଣ ପରେ ସଚେତନତା ସଭାରେ କଲେଜ ର ଅଧ୍ୟକ୍ଷ ସୁଶୀଲ କୁମାର ନାୟକ ସଭାପତିତ୍ୱ କରିଥିଲେ ।ପ୍ରଥମେ ସଂଘର ସଭାପତି କେଦାର ନାଥ ପଟେଲ ସ୍ୱାଗତ ଭଷଣ ଓ ଉଦେଶ୍ୟ ଜ୍ଞାପନ କରିଥିଲେ । ବିଶିଷ୍ଟ ପରବେଶବିତ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପରିବେଶ ଆନ୍ଦୋଳନ କୁ ଦେଶ ତଥା ବିଶ୍ୱ ବ୍ୟାପୀ କରିବା ଆବଶ୍ୟକ ଓ ଏଥି ପାଇଁ ଧର୍ମଗୁରୁ ଓ ଯୁବ ସମାଜ ର ବିଶେଷ ଭୂମିକା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଏଲ ଏନ କଲେଜ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଧୁମ୍ର ବିହୀନ ଗାଡି ଓ ସାଇକେଲ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅଧ୍ୟାପକ ରୋହିତ ପଟେଲ, ପରିବେଶ ସୁରକ୍ଷା ସଂଘ ସଭାପତି ସତ୍ୟ ନାରାୟଣ ରାଓ, ମାନବିକତା ଅଧିକାର ସଂଘ ସମ୍ପାଦକ ମଦନ ମଲ୍ଲିକ ଓ ଛାତ୍ର ସାମୁଖ୍ୟ ସଂଯୋଜକ ଜିତେନ୍ଦ୍ରିୟ ଧୂରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାକୁ ସଂଘର ସଂଯୋଜକ ସୁମନ୍ତ ଶେଖର ବହିଦାର ସଂଯୋଜନା କରିଥିବା ବେଳେ ଶେଷରେ ସଭ୍ୟ ପିଙ୍କୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ସଭାରେ ଛାତ୍ର, ଛାତ୍ରୀ ଙ୍କ ମଧ୍ୟରୁ ଦେବଯାନୀ , ରଚନା ସରାଫ, କୁଶ ଭଦ୍ରା ପ୍ରଧାନ, ସୋହନ ଭୋଇ ଓ ତପନ ସାହୁ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

।ଏହା ପୂର୍ବରୁ କଲେଜର ମହିଳା ହଷ୍ଟେଲ ପରିସରରେ ଝରସୁଗୁଡା ର ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, କୋଲାବିରା ବି ଡି ଓ ଅଶ୍ୱିନୀ ପଣ୍ଡା, ତହସିଲଦାର ସୁକାନ୍ତ ନାଏକ, ବନାଞ୍ଚଳ ଅଧିକାରୀ ଘାସିରାମ ବେହେରା ଙ୍କ ସମେତ ସଂଘର ସଭ୍ୟ, ସଭ୍ୟା, ଅତିଥି ଓ ଛାତ୍ରୀ ଗଣ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ନରେଶ ସାହୁ, ସରୋଜ ପଟେଲ, ରହିତ ଖରସେଲ ଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!