ଅନନ୍ୟ

ନବରଙ୍ଗପୁର ଜିଲ୍ଲା ଶାଖା ରେଡକ୍ରସ ସୋସାଇଟି ତରଫରୁ ସାଧାରଣ ବୈଠକ l

ନବରଙ୍ଗପୁର:୩.୦୯.୨୦୨୪(AKN NEWS):- ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ରେ ଜିଲ୍ଲା ସ୍ତରୀୟ ରେଡ଼କ୍ରସ ର ସାଧାରଣ ବୈଠକ ଅଧ୍ୟକ୍ଷ ଭାରତୀୟ ରେଡ଼କ୍ରସ ସୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ତଥା ଜିଲ୍ଲାପାଳ ନବରଙ୍ଗପୁର ଡ଼ଃ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ରେଡ଼କ୍ରସ ର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ତଥା ମାନବିକତା- ମାନବ ସେବାହିଁ ମାଧବ ସେବା । ସେବା ହିଁ ରେଡ଼କ୍ରସର ଆଦ୍ୟ ଆଦର୍ଶ ସମାଜରେ ଦୁଃଖୀ ଓ ଦରିଦ୍ରଙ୍କ ର ସେବା ପାଇଁ ରେଡ଼କ୍ରସ ସର୍ବଦା ହାତ ବଢ଼ାଇ ଥାଏ । ଏହା ଶାନ୍ତି, ମୈତ୍ରୀ ଓ ପ୍ରୀତିରେ ବିଶ୍ୱାସ କରିବା ସହ ସମାଜରେ ମାନବିକତା ପ୍ରତିଷ୍ଠା ପାଇଁ ପାରିପାର୍ଶ୍ବିକ ବୁଝାବଣା, ସହଯୋଗ ଓ ବନ୍ଧୁତ୍ୱ ବୃଦ୍ଧି କରିଥାଏ । ସ୍ବେଚ୍ଛାକୃତ ସେବା ନିଜ ଜୀବନକୁ ଇଚ୍ଛାକୃତ ଭାବେ ସମାଜର ସ୍ୱାର୍ଥ ଓ ସେବା ପାଇଁ ନିୟୋଜନ କରିଥିବା ଦରଦୀ ମଣିଷର ଅନୁଷ୍ଠାନ ହେଉଛି ରେଡ଼କ୍ରସ । ଏଠି ନାହିଁ ବାଧ୍ୟ ବାଧକତା,ବରଂ ରହିଛି ମଣିଷ ହୃଦୟ ରୁ ଉତୁରି ଆସୁଥିବା ସ୍ବେଚ୍ଛାକୃତ ସେବାର ମହାନ ପ୍ଲାବନ ।

ଦ୍ବିତୀୟତଃ ଗୃହରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ୨୦୨୩-୨୦୪ ମସିହା ର ଆୟ ଓ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ , ତାହା ସର୍ବସନ୍ନମତିଙ୍କ ସହମତିରେ ଗୃହରେ ପାରିତ ହୋଇଥିଲା । ତହସିଲଦାର କୋଡ଼ିଙ୍ଗା, ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଏବଂ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ମାନେ ଆଶାନୁରୂପ ପାଣ୍ଠି ଆଦାୟ କରି ଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ । ଯେଉଁ ଅଧିକାରୀ ମାନେ ନିର୍ଦ୍ଧାରିତ ଆଶାନୁରୂପକ ରେଡ଼କ୍ରସ ପାଣ୍ଠି ଜମା କରିନାହାନ୍ତି ଅତିଶୀଘ୍ର ଜିଲା ଜରୁରୀ କାଳୀନ ବିଭାଗ ରେ ପାଣ୍ଠି ପଇଠ କରିବା ପାଇଁ ପରାମର୍ଶ ଦେଇଥିଲେ । ଆୟ ଅନୁସାରେ ବ୍ୟୟ ର ପରିମାଣ ଅଧିକ ଥିବାରୁ ଜିଲ୍ଲାପାଳ ଗୃହରେ କ୍ଷୋଭ ପ୍ରକାଶ କରି ରେଡ଼କ୍ରସ ପାଣ୍ଠି ର ଆୟ ବୃଦ୍ଧି କରିବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ମୁଖ୍ୟ ଚିକିତ୍ସାଧିକାରୀ, ଡ଼ଃ ମଳୟ କୁମାର ତ୍ରିପାଠୀ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଗୀତାଞ୍ଜଳି ବେହେରା, ଡେପୁଟି କଲେକ୍ଟର ମଧୁମିତା ପାମେଲା କର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ପ୍ରକଳ୍ପ ପ୍ରଶାସକ ପି ଏ ଆଇ ଟି ଡିଏ ରାଜୀବ କୁମାର ସାହୁ,ପଞ୍ଚାୟତ ଅଧିକାରୀ, ପଦ୍ମନାଭ ତ୍ରିପାଠୀ , ଜିଲ୍ଲା ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ରାଧାଶ୍ୟାମ ଲାଇକ, ନିର୍ବାହୀ ଅଧିକାରୀ ପୌର ପରିଷଦ ନବରଙ୍ଗପୁର ଶଙ୍କର କେରକେଟା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଘାସିଆ ହରିଜନ, ନବରଙ୍ଗପୁର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ପଟ୍ଟନାୟକ, ରାକେଶ କୁମାର ପଟ୍ଟନାୟକ ଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ,ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଶିଶୁ ବିକାଶ ଅଧିକାରୀ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ ଏ କେ ଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!