ଓଡିଶା ଖବର

କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୭ ଓ ୨୮ ରେ

କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୭ ଓ ୨୮ ରେ
ପୁରୀ,(AKN NEWS)୧୮/୧୨: ଚଳିତ ମାସ ୨୭ ଓ ୨୮ତାରିଖରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ନିଯୁକ୍ତି ମେଳା ୨୭ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୮ ତାରିଖରେ ପିପିଲି କଲେଜ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।
ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ନିଯୁକ୍ତି ମେଳା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାର ର ପ୍ରତିଷ୍ଠିତ ୨୨ ଗୋଟି ନିଯୁକ୍ତିଦାତା ସଂସ୍ଥା ମାନେ ଯୋଗ ଦାନ କରି ଆଶାୟୀ କୁଶଳୀ ଏବଂ ଅଣକୁଶଳୀ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ ।ଏତଦ ବ୍ୟତୀତ ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ଯୋଗ ଦେବେ।ଏହି ସଂସ୍ଥା ମାନେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବେ ବୋଲି ସେ କହିଥିଲେ। ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ସୂଚନା ଦେଇ ନିଯୁକ୍ତି ମେଳାରେ ନିଯୁକ୍ତି ଆଶାୟୀ ପଞ୍ଚମ ଶ୍ରେଣୀ ପାସ ଠାରୁ ସ୍ନାତକ ପାସ ପର୍ଯ୍ୟନ୍ତ ଏବଂ ଆଇଟିଆଇ, ଡିପ୍ଲୋମା ପାସ ଆଶାୟୀ ପ୍ରାର୍ଥୀ,ପ୍ରାର୍ଥୀନୀ ମାନେ ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ସେମାନେ ଯୋଗ ଦେଇ ଏହାର ସୁଯୋଗ ନେବାପାଇଁ ଅନୁରୋଧ କରିଥିଲେ।ଜିଲ୍ଲାର ସମସ୍ତ ୧୧ ଗୋଟି ବିଡ଼ିଓ ଙ୍କ ମାଧ୍ୟମରେ, ଓରମାସର କର୍ମଚାରୀଙ୍କ ମାଧ୍ୟମରେ,ବିଭିନ୍ନ ଅଫିସ ନୋଟିସ ବୋର୍ଡ଼ ମାନଙ୍କ ରେ,ଲିଫଲେଟ ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ।ମେଳା ସ୍ଥାନରେ ପାନୀୟ ଜଳ,ସ୍ୱାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା ରକ୍ଷା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ର ବ୍ୟବସ୍ଥା ମଧ୍ୟ କରାଯାଇଛି।ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ନିୟୋଜନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!