ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ତରଫରୁ ଜିତୁ ମିଶ୍ର ଓ ମନୋଜ ପଟ୍ଟନାୟକ ସମ୍ବର୍ଦ୍ଧିତ ହେବେ ।

କଳାହାଣ୍ଡି , (AKN NEWS):ସମାଜସେବୀ ଜିତୁ ମିଶ୍ର ଏବଂ ମନୋଜ ପଟ୍ଟନାୟକ ଙ୍କୁ ଚଳିତ ବର୍ଷ ମାଁ ମହାଲକ୍ଷ୍ମୀ ପୂଜା ଅବସରରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ତରଫରୁ ସମ୍ବର୍ଦ୍ଧିତ କରାଯିବ। ସୂଚନା ଅନୁଯାୟୀ କେସିଙ୍ଗା ବ୍ଲକ ଅଧିନ କଶୃପଡ଼ା ଗ୍ରାମର ଜିତୁ ମିଶ୍ର ବହୁ ବର୍ଷ ଧରି ନିରୀହ ଲୋକଙ୍କ ସେବାରେ ନିଜକୁ ନିବୃତ କହିଛନ୍ତି କୋଭିଡ ସମୟ ରେ ମାସ୍କ ବଣ୍ଟନ , ବୃକ୍ଷରୋପଣ, ରକ୍ତଦାନ ଶିବିର ତଥା ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ ରେ ଲିପ୍ତ ଅଛନ୍ତି। ଏବଂ କେସିଙ୍ଗା ବ୍ଲକ ଅଧିନ ସମାଜସେବୀ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ କିଛି ବର୍ଷ ପୂର୍ବରୁ ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଅଛି କୋଭିଡ୍ ସମୟରେ ସବସତ୍କାର, ମାସ୍କ ବଣ୍ଟନ, ସାନିଟାଇଯ, ରକ୍ତଦାନ ଶିବିର,ବୃ୍ଷରୋପଣ,ସ୍ୱଚ୍ଛ ଭାରତ, ନିରୀହ ରୋଗୀଙ୍କ ଅସୁବିଧା ସମୟରେ ଡାକ୍ତରଖାନା ନେବା ସେବା ତଥା ସ୍ଵର୍ଗଦ୍ଵାର ସେବା ସଙ୍ଗଠନ ଏକ ଅନୁଷ୍ଠାନ ଖୋଲି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି ଅଞ୍ଚଳ ରେ ବେଶ୍ ପରିଚିତ। ସୂଚନା ଅନୁଯାୟୀ ଚଳିତ ବର୍ଷ ୧୮ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଁ ମହାଲକ୍ଷ୍ମୀ ପୂଜା ରେ ୨୩ ତାରିଖରେ ଏହି ଦୁଇ ସମାଜସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବୋଲି ଅନୁଷ୍ଠାନର ସଭାପତି ଦୂର୍ବାଦଲ ଭୋଇ ଏବଂ ସମ୍ପାଦକ ମିଲନ କୁମାର ଭୋଇ ତଥା ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ପ୍ରମୁଖ ଏବଂ ସମସ୍ତ ସଦସ୍ୟ ସୂଚନା ଦେଇଛନ୍ତି।ବ୍ୟୁରୋ ରିପୋର୍ଟ AKN NEWS
