ଓଡିଶା ଖବର

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ସମସ୍ତ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ସମସ୍ତ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ୦୫.୦୨ .୨୪ ରିଖ ଦୀର୍ଘ ୧୧ ଦିନ ପଯ୍ୟନ୍ତ ଆତ୍ମ ସୁରକ୍ଷା ଶିବିର କାର୍ଯ୍ୟକ୍ରମ ର ଉଦ୍ଯାପନୀ ସମାରୋହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ତରୁଣ କୁମାର ପ୍ରଧାନ ଙ୍କ ସଭାପତିତ୍ୱ ରେ ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା , ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା ,ଅଧ୍ୟାପିକା ପ୍ରଣତୀ ପଣ୍ଡା ପ୍ରମୁଖ ଆତ୍ମ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ । ଶିବିର ର ଉଦ୍ଦେଶ୍ୟ ତାଲିମ ଶିବିର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ନିବେଦିତା ଆଚାରି ଉପସ୍ଥାପିତ କରିଥିଲେ । ଶିବିର ର ମାଷ୍ଟର ଟ୍ରେନର ଦ୍ୱୟ ସୁଶ୍ରୀ ଲିପାକ୍ଷୀ ରୟେ ଏବଂ ସୁଶ୍ରୀ ସରିତା ସତନାମୀ ତାଲିମ ଜନିତ କୌଶଳ ପ୍ରଦର୍ଶିତ କରିଥିଲେ ତଥା ଗୁରୁତ୍ୱ ବିଷୟରେ ସଚେତନତା ମୂଳକ ତଥ୍ୟ ପ୍ରଦାନ କରିଥିଲେ। ସମସ୍ତ ତାଲିମ ପ୍ରାପ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଶ୍ରୀ ସୁନୀଲ କୁମାର ପାଢୀ ,ଅଧ୍ୟାପକ ସୂର୍ଯ୍ୟ କାନ୍ତ ଠାକୁର ,ଅଧ୍ୟାପକ ଡ଼ ରଣବୀର ସିଂ ,ଅଧ୍ୟାପିକା ମିନା ଗୁଜୁରାତି ପ୍ରମୁଖ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଯୋଗ ଦେଇଥିଲେ

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!