ଓଡିଶା ଖବର

ୟାର ଅନୁଷ୍ଠାନ ତରଫରୁ ଆଦିବାସୀ ପ୍ରକଳ୍ପର ବ୍ଳକ ସ୍ତରୀୟ କର୍ମଶାଳା

(AKN NEWS): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟାର ଓ ଆଦିମ ପ୍ରେମଦୀ ଫାଉଣ୍ଡେସନ ସହାୟତାରେ ଏକଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ବୋଡେ଼ନ ବ୍ଳକର ନାଗପଡା,ଭଏସାଦାନୀ,ବୋଇରଗାଁ ଗ୍ରାମ ପଞ୍ଚାୟତର 12 ଗୋଟି ଗ୍ରାମର ସିଆରପି, ଆଶା,ଅଙ୍ଗନୱାଡି କର୍ମୀ, ଗ୍ରାମ ସୁରକ୍ଷା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ । ୟାର ଅନୁଷ୍ଠାନ ଦ୍ୱାରା ପରିଚାଳିତ ଆଦିବାସୀ ପ୍ରକଳ୍ପର ବେଶଲାଇନ ସର୍ଭେ ଫାଇଣ୍ଡିଙ୍ଗ ତଥ୍ୟ ଉପରେ ଆଲୋଚନା କରିଥିଲେ । ତତ ସହିତ ଆଗାମୀ ଦିନରେ ସମସ୍ତ ବିଭାଗର ସମନ୍ୱୟରେ କାର୍ଯ୍ୟକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ୟାର ଅନୁଷ୍ଠାନର ସମ୍ପାଦକ ହରିଦାସ ପଟେଲ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଲକ୍ଷ ଓ ଉଦେଶ୍ୟ ଉପରେ ଅବଗତ କରିଥିଲେ । ୟାର ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଯୋଶୀ କାର୍ଯ୍ୟକ୍ରମ ରୁପରେଖ ଓ କାର୍ଯ୍ୟକ୍ରମ ସୁଚି ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକ କୃଷି ଅଧିକାରୀ ଦୁଃଖୀରାମ ଟୁଡୁ, ବୋଡେ଼ନ ଚିକିତ୍ସାଲୟ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଂଜୀବ ନାଏକ,ସମନ୍ବିତ ଶିଶୁ ବିଭାଗରୁ ଅଶାମତି ଧରୁଆ, ବ୍ଳକ ଉଦ୍ୟାନ ବିତ ଘାସିରାମ ପଣ୍ଡା, ବ୍ଳକ ପ୍ରାଣୀ ଚିକିତ୍ସା ସମ୍ପଦ ବିଭାଗରୁ ଶୁଶାନ୍ତ ମାଝୀ ଉପସ୍ଥିତ ଥିଲେ । ୟାର ଅନୁଷ୍ଠାନର ଅରୁଣ ବିଶ୍ୱାଳ, ଖୁସିରାମ ମାଝୀ, ଯୁଗେଶ୍ୱର ମାଝୀସହଯୋଗ କରିଥିଲେ ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!