ଖଡିଆଳ ରାଜା ପଡ଼ା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ସମାଜ ସେବା ରେ ଜୀବନକୁ ବ୍ରତୀ କରିଥିବା ବ୍ୟକ୍ତିତ୍ବ ଙ୍କୁ ସମ୍ମାନିତ କରିଛନ୍ତି

ଖଡିଆଳ ରାଜା ପଡ଼ା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ସମାଜ ସେବା ରେ ଜୀବନକୁ ବ୍ରତୀ କରିଥିବା ବ୍ୟକ୍ତିତ୍ବ ଙ୍କୁ ସମ୍ମାନିତ କରିଛନ୍ତି
ନୂଆପଡ଼ା ଜିଲ୍ଲା ଖଡିଆଳ ରାଜା ପଡ଼ା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ସମାଜ ସେବା ରେ ଜୀବନକୁ ବ୍ରତୀ କରିଥିବା ବ୍ୟକ୍ତିତ୍ବ ଙ୍କୁ ସମ୍ମାନିତ କରିଛନ୍ତି। କୋଭିଡ଼ -୧୯ ମହାମାରି ଘଡିସନ୍ଧି ମୁହୂର୍ତ୍ତରେ ଦୁଇ ଜଣ ଆୟୁଷ ଡାକ୍ତର ନିଜ ଜୀବନ କୁ ବାଜି ଲଗାଇ ରୋଗୀ ଚିକିତ୍ସା ସହ ସ୍ବାସ୍ଥ୍ୟ ସେବା ଗ୍ରାମାଞ୍ଚଳ କୁ ପହଞ୍ଚାଇବା ରେ ଅନବରତ ସେବା ପ୍ରଦାନ କରି ଆସୁଥିଲେ।କୋଭିଡ ସଚେତନତା, କୋଭିଡ ଟୀକାକରଣ କାର୍ଯ୍ୟକ୍ରମ, ସହ ରୋଗୀ ଏବଂ ପରିବାରଙ୍କୁ ଶାନ୍ତନା ଦେବା ନେଇ ବ୍ୟାପକ କାର୍ଯ୍ୟ କରିଥିଲେ। ତେଣୁ ଡ. ଅନ୍ନଦା ଶଙ୍କର ଦାଶ, ଆଦିତ୍ୟ ନାରାୟଣ ଯୋଶୀ,ଙ୍କୁ ସମ୍ମାନିତ କରି ନିଜ କୁ ଗର୍ବ ଅନୁଭବ କରିଛନ୍ତି। ସେହିପରି ବିଶିଷ୍ଟ ଆଦର୍ଶ ଶିକ୍ଷାବିତ ଝୁମକ ଲାଲ ବର୍ମା ସହ ମାନସିକ ରୋଗୀ ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରି ଆସୁଥିବା ବ୍ୟକ୍ତି ରାଜେଶ ପୋଡ଼ ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। କମିଟି ପକ୍ଷ ରୁ ସଭା ପତି ଦେବ ଦେବ ସିଂ ଦେଓ, ହଟ ହମିର ସିଂ ଦେଓ, ବସନ୍ତ ସିଂ ଦେଇ, ପ୍ରଫୁଲ୍ଲ ରଥ, ସୁଦର୍ଶନ ଠାକୁର ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news
