ଅର୍ଥନୀତିଓଡିଶା ଖବର

The 11th Foundation Day of English Support Mission was held

ଇଂରାଜୀ ସପୋର୍ଟ ମିଶନର ଏକାଦଶ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

କଳାହାଣ୍ଡି,(ଏକେଏନ୍ ନ୍ୟୁଜ୍):ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି ପାଇଁ ଆଜକୁ ୧୦ ବର୍ଷ ହେଲା କାମ କରି ଆସୁଥିବା ଇଂରାଜୀ ସପୋର୍ଟ ମିଶନର ଏକାଦଶ ପ୍ରତିଷ୍ଠା ଦିବସ ବେହେରା ସ୍ଥିତ ଜିଏମ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ସପୋର୍ଟ ମିଶନ ସଭାପତି ଭକ୍ତ ଚରଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡିଏଭି କଲେଜ କୋରାପୁଟର ଅର୍ଥନୀତି ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ତନ୍ତୀ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ଧର୍ମଗଡ ଏନ୍ଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ସମାଜସେବୀ ହୃଷୀକେଶ ମିଶ୍ର, ଶୈଳେନ୍ଦ୍ର ସିଂଦେଓ, ଭବେଶ ଗଇନ୍ତା, ବିବେକ ମିଶ୍ର, ପବନ ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ବାଗ, ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୁପେନ୍ଦ୍ର ବାଣୁଆ, ଶିକ୍ଷକ ଚକ୍ରଧର ପ୍ରଧାନ, ବଙ୍କିମ ସାଗର, ସୁଧାଂଶୁ ପଣ୍ଡା, ଆଇନଜୀବୀ ଦିଗାମ୍ବର ଦୁରିଆ, ଭାରତୀୟ ବିଦ୍ୟା ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ସୁରେନ୍ଦ୍ର ନାଏକ, ସାମ୍ୱାଦିକ ଲକ୍ଷଜ୍ୟୋତି ଜାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଙ୍ଗୀତା ବିଶି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଯୁବ ସଂଗଠକ ରଜତ ବଂଶଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ପଞ୍ଚାନନ ଦୁରିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ଇଂରାଜୀ ସପୋର୍ଟ ମିଶନର ଚେୟାରପର୍ସନ ରୁପେନ୍ଦ୍ର ସୁନାନୀ ଏହି ମିଶନର ସଂଘର୍ଷମୟ ଯାତ୍ରା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଇଂରାଜୀ ସପୋର୍ଟ ମିଶନକୁ ପ୍ରତ୍ୟେକ ବିଦ୍ୟାଳୟରେ ବିସ୍ତାର କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି ଦିଗରେ ଯତ୍ନବାନ୍ ହେବାକୁ ଅତିଥିମାନେ ମତପୋଷଣ କରିଥିଲେ। ଏହି ଅବସରରେ ଆୟୋଜିତ ବକ୍ତୃତା ଓ ରଚନା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସମାଜ ମଙ୍ଗଳ କାର୍ଯ୍ୟକଳାପ ପାଇଁ ଦଣ୍ଡପାଟ ଯୁବ ସେବା ସଂଗଠନ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ, ସାମ୍ବାଦିକ କାମେଶ ନାଗ, ରଜତ ବଂଶଲ, ଭକ୍ତ ଚରଣ ଭୋଇଙ୍କୁ ମଧ୍ଯ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଦେବାନନ୍ଦ ରାଉତ ଓ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ଜିଏମ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସଜୀବ ଅପୁ, ତୁଳାରାମ ଗୋପାଲ, ନୀଳମଣି ସୁନାନୀ, କାହ୍ନା ଭୋଇ, ଭୂଜବଲ ନାଏକ, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ମଙ୍ଗଳୁ ପୂଝାରୀ, ବିପିନ ଘଉଡ଼, ଇନ୍ଦ୍ରଜିତ୍ ନାଏକ , ବାଳକୃଷ୍ଣ ବିଶି, ଅଖଣ୍ଡ ଭର୍ତିଆ ପ୍ରମୁଖ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।  

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!