ଓଡିଶା ଖବର

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ 

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ 
ପାଟଣାଗଡ଼,(ଏକେଏନ୍ ନ୍ୟୁଜ୍)25/10: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ବରବାହାଲ ଗ୍ରାମରେ ବାରପାଲି ବିଶ୍ୱା ଶହେ ଗଙ୍ଗା କଳଙ୍ଗା ସମାଜ ପକ୍ଷରୁ 19 ତମ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଳଙ୍ଗା ସମାଜର
ସଭାପତି ଗୁଣନିଧି ପାଣ୍ଡେ, ସମ୍ପାଦକ ହରିବନ୍ଧୁ କପାଟ,ସହ ସଂପାଦକ ଜଗଦୀଶ ଭୁର୍ଣ୍ଣି,କୋଷାଧକ୍ଷ ଚନ୍ଦ୍ରମଣି ଖର୍ଶେଲ,ଜୟନ୍ତ କୁମାର ଗିରନା, ଜୟଚନ୍ଦ୍ର ପଧାନ,ଜଗବନ୍ଧୁ ପାଣ୍ଡେ,ସୀତାରାମ ସିରଦାର, ପ୍ରସନ୍ନ କପାଟ
ପ୍ରମୁଖ ଯୋଗ ଦେଇ କଳଙ୍ଗା ଜାତିର ପରମ୍ପରା ଏବଂ ସଂକୃତି ଉପରେ ଆଲୋକପାତ କରିଥିଲେ l ପାଟଣାଗଡ଼ ଉପଖଣ୍ଡରୁ ସହସ୍ରାଧିକ ପୁରୁଷ ମହିଳା ଯୋଗଦାନ କରିଥିଲେ l
ପ୍ରଥମେ କଳଙ୍ଗା ସମାଜର ପlରମ୍ପlରିକ ଭାବେ ମା ପାଟଣେଶ୍ୱରୀ, ମା ସମଲେଶ୍ୱରୀ, ଏବଂ ମା ପାଟଖଣ୍ଡାଙ୍କୁ ରୀତିନୀତିରେ ପୂଜାବିଦ୍ଧି ସାରି ଗ୍ରାମ ପରିକ୍ରମା କରିଥିଲେ l
ପରେ ପରେ ଏକ ସଂlସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l
ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ ଐତିହାସିକ ଡ୍ରାମା, ଦଣ୍ଡା ନୃତ୍ୟ, ନାଚ,ଗୀତ ପ୍ରଭୁତି ପୁଅ ଝିଅ ମାନଙ୍କ ଦ୍ୱାରା ପରିବେଷଣ କରା ଯାଇଥିଲା l
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥି ବୃନ୍ଦମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l
ସୂଚନାନୁଯାୟୀ, ପ୍ରଥମେ କଳଙ୍ଗା ସମାଜ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାରେ ବସତି ସ୍ଥାପନ କରି ଯୋଦ୍ଧା ଭାବରେ ପରିଚିତ ଥିଲେ l ସେହି ସମୟର କଥା ପାଟଣା ମlହାରାଜା ବସ୍ତର ଜିଲ୍ଲା ଗସ୍ତ କରିଥିଲେ l
କଳଙ୍ଗା ସମାଜର ବୀରତ୍ୱ ଦେଖି ରାଜା ମୁଗ୍ଧ ହୋଇ ପାଟଣା ରାଜ୍ୟରେ ତାଙ୍କୁ ଗାଁ ଗାଁ ରେ ବସତି ସ୍ଥାପନ କରି ଗାଁର ମୁଖିୟା, ଗହଟିଆ ପ୍ରମୁଖ କରି ରଖିଥିଲେ l
ସେହି ଦିନ ଠାରୁ କଳଙ୍ଗା ସମାଜ ଆଜି ନିଜ ନିଜ ବୀରତ୍ୱରେ ଲୋକ ମାନଙ୍କ ପ୍ରିୟମାଣ ହୋଇ ପାରିଛନ୍ତି l
ଉକ୍ତ କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଗିରନା ପରିଚାଳନା କରିଥିବା ବେଳେ ଜୟନ୍ତ କୁମାର ଗୀରନା ଧନ୍ୟବାଦ ଅର୍ପଣ କରିଥିଲେ l

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!