ଓଡିଶା ଖବର

ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା

ପୁରୀ ୬/୫ (AKN NEWS): ପୁରୀ ଜିଲ୍ଲାର ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ପାଲ ସିଂ ନିର୍ବାଚନ ଖର୍ଚ୍ଚର ସମୀକ୍ଷା କିପରି ଭାବେ ପରିଚାଳନା କରାଯାଉଛି ତାହାର ନିରୀକ୍ଷଣ ପାଇଁ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ କରିଛନ୍ତି।ଶ୍ରୀ ପାଲ ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, ୧୦୯ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଓ ୧୧୦ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ତଦାରଖ ଦାୟିତ୍ୱ ରେ ଅଛନ୍ତି।ତେଣୁ ଏହି ନିର୍ବାଚନ ମଣ୍ଡଳୀ ର ଫ୍ଲାଇଙ୍ଗ ସ୍କ୍ୱ।ର୍ଡ଼ ଟିମ ବା ଏଫ ଏସ ଟି, ଭିଡିଓ ସର୍ଭିଲାନ୍ସ ଟିମ ବା ଭିଏସଟି ଓ ଷ୍ଟାଟିକ ସର୍ଭିଲାନ୍ସ ଟିମ ବା ଏସ ଏସ ଟି ର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।ଭାରତର ନିର୍ବାଚନ କମିଶନ ଙ୍କ ମାର୍ଗଦର୍ଶିକା ଆଧାର ରେ ବିଧାନସଭା ନିର୍ବାଚନ ରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ବ୍ୟୟ କରିବାର ନିୟମ ଥିବାରୁ ପ୍ରତିଟି ଖର୍ଚର ହିସାବ ସଠିକ ଭାବେ ରଖିବାକୁ ପରାମର୍ଶ ଦେଇଥିଲେ।ପୂର୍ବରୁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଆଲୋଚନା ମାଧ୍ୟମରେ ବିଭିନ୍ନ ଦ୍ରବ୍ଯ, ସାମଗ୍ରୀ ଇତ୍ୟାଦି ର ଦାମ ଧାର୍ଯ୍ୟ ହୋଇଛି। ତେଣୁ ସେମାନେ କରୁଥିବା ପ୍ରଚାର ବୈଠକ, ଶୋଭାଯାତ୍ରା ଇତ୍ୟାଦି ଉପରେ ଦୃଷ୍ଟି ରଖି ତାହାର ହିସାବ ରଖିବାକୁ ପରାମର୍ଶ ଦେଇଥିଲେ।ବୈଠକରେ ଉପରୋକ୍ତ ଟିମର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!