ଖଲିଆକାନି ରେ ନିଆରା ଜଳାଭିଷେକ କଲେ କାଉଡିଆ ଭକ୍ତ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଇନ୍ଦୀମୁଣ୍ଡା ଠାରୁ ଖଲିଆକାନି ସ୍ଥିତ ଶିବ ମନ୍ଦିର ପୀଠରେ ନାଗ ବମ ଓ ବୋଲ ବମ ଶ୍ରଦ୍ଧାଲୁ ଭକ୍ତ ମାନଙ୍କ ଶ୍ରାବଣ ମାସ ର ଶେଷ ସୋମବାର ସକାଳ ୮ ଟାରୁ ଭିଡ଼ ପରିଲକ୍ଷିତ ହୋଇଛି l ୪୫ ରୁ ଉର୍ଦ୍ଧ କାଉଡିଆ ବୋଲବମ ଭକ୍ତ ମାନେ ଆଜି ଗୋଇନ୍ଦୀମୁଣ୍ଡା ଠାରୁ ଖଲିଆକାନି ନୀଳକଣ୍ଠେଶ୍ଵର ଶୈବ ପୀଠ ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ନାଗ ବମ କରି ଦେବ ଦେବ ମହାଦେବଙ୍କ ନିକଟରେ ଜଳାଭିଷେକ କରିଥିଲେ l ଏହି ସମୟରେ ଗ୍ରାମର ମହିଳା ଓ ପୁରୁଷ ମାନେ ଘଣ୍ଟ ଶଙ୍ଖ ଓ ହୁଳହୁଳି ଦେଇ ସେମାନଙ୍କୁ ଉତ୍ସାହିତ କରିବା ସହିତ ଭକ୍ତ ଙ୍କ ଯିବା ବାଟରେ କ୍ଷୀର ପାଣି ଓ ଫୁଲ ପକାଉଥିଲେ । ସମସ୍ତ କାଉଡିଆ ମହାଦେବଙ୍କ ନିକଟରେ ଜଳାଭିଷେକ କରି ନିଜର ମଙ୍ଗଳ କାମନା କରିଥିଲେ l ପବିତ୍ର ଶ୍ରାବଣ ମାସରେ ଏପରି କରିବା ଦ୍ୱାରା ଗାଁ ପରିବାର ତଥା ସମାଜ ର ମଙ୍ଗଳ ସୃଷ୍ଟି ହେଉଥିବା ବିଶ୍ୱାସ ରହିଛି l କାଉଡ଼ିଆ ଙ୍କ ଏ ପରି ଦୃଶ୍ୟ ଯୋଗୁଁ ଅଞ୍ଚଳ ରେ ପୁରା ଭକ୍ତ୍ତି ମୟ ପରିବେଶ ସୃଷ୍ଟି ହୋଇ ଥିଲାବେଣୁଧର ରାଉତ୍ ସହ ଯୋଗ କରି ଥିଲେ
dhramgarh upa khanda ru shyam sundar agrawal akn news


