ନୂଆପଡା ରେ ଜିଲ୍ଲାସ୍ତରୀୟ ଆଇ ସି ସି ଏବଂ ଏଲ ସି ସି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l କର୍ମ କ୍ଷତ୍ରରେ ମହିଳା ମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନୂଆପଡା 19.8.(AKN NEWS): ନୂଆପଡା, ଏଇ ସପ୍ତାହ 14 ତାରିଖରେ ନୂଆପଡା ଜିଲ୍ଲପାଳ ଙ୍କ ସମ୍ମିଳନୀ କକ୍ଷ ରେ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ଯୌନ ନିର୍ଯାତନା, ନିଷେଧ ନିବାରଣ ଏବଂ ପ୍ରତିକାର ଆଇନ 2013 ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଆଇ ସି ସି ଏବଂ ଏଲ ସି ସି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ତାଲିମ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କର୍ମ କ୍ଷେତ୍ରରେ ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା କୌଣସି ଯୌନ ନିର୍ଯାତନା କୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ ବୋଲି ଦୃଢ଼ ଆଶ୍ଵାସନା ଦେଇଥିଲେ l ଜିଲ୍ଳା ର ଯେଉଁ ବିଭାଗରେ 10 ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି, ଆସନ୍ତା 7 ଦିନ ମଧ୍ୟରେ ସେଠାରେ ଆଇ ସି ସି ଗଠନ କରିବା ପାଇଁ ନିର୍ଦେଶ ଦେଇଥିଲେ l ସଭାରେ ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର ସ୍ୱାଗତ ସମ୍ଭାଷଣ ଦେଇଥିଲେ l
ନବନୀତା ଦାଶ,ସଚିବ ଜିଲ୍ଳା ଆଇନ ପ୍ରାଧିକରଣ ସେବା, ଆଡ଼ଭୋକେଟ କୁମୁଦ ଚନ୍ଦ୍ର ହୋତା ପ୍ରମୁଖ କର୍ମକ୍ଷତ୍ରରେ ମହିଳା ମାନେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯାତନା ଜନିତ ସମସ୍ୟା ନିଷେଧ ନିବାରଣ ଏବଂ ପ୍ରତିକାର ନିମନ୍ତେ ଉଦ୍ଦିଷ୍ଟ ଆଇନ 2013 ଅନୁଯାୟୀ ଥିବା ସଶକ୍ତ ଵିଧି ବ୍ୟବସ୍ଥା ଓ ଏହାର ନିରାକରଣ ନିମନ୍ତେ ତାଲିମ ଦେଇଥିଲେ l ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ସାମାଜିକ, ବାଣିଜ୍ୟକ ପ୍ରତିଷ୍ଠାନ, ସଖୀ କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ସଙ୍ଘ ଏଠାରେ ତାଲିମ ନେଇଥିଲେ l ଆଲୋଚନାରେ ଅଂଶ ଗ୍ରହଣ କରି ଜିଲ୍ଲାପାଳ କହିଲେଯେ ମହିଳା ମାନେ ସମାଜର ଅବିଚ୍ଛେଦ୍ୟ ଅଙ୍ଗ l କର୍ମ କ୍ଷେତ୍ରରେ ସେମାନେ ନିର୍ଭୟରେ କିଭଳି କର୍ମ ସମ୍ପାଦନ କରିପାରିବେ, ଏହାକୁ ସୁନିଶ୍ଚିତ କରିବା ସମ୍ପୂର୍ଣ ଦାୟିତ୍ୱ ସମାଜର l କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଭଳି ସମ୍ବେଦନଶୀଳ ଘଟଣା ଯେଭଳି ଘଟିବାକୁ ସୁଯୋଗ ନ ପାଏ, ଆମକୁ ସେହିଭଳି ପରିବେଶ ସୃଷ୍ଟି କରିବାକୁ ପଡିବ l ସଭା ଶେଷରେ ସୁରକ୍ଷା ଅଧିକାରୀ ହରିପ୍ରିୟା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍କା ସଂଯୋଜକ ରଞ୍ଜନ କୁମାର ସାହୁ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


