ଓଡିଶା ଖବର

ଗଙ୍ଗାଧର ମେହେର ଙ୍କ ଶ୍ରାଦ୍ଧ ଶତବର୍ଷିକୀ ପାଳିତ, ଅରଡ଼ା ବାହାଲ କଲେଜ ରେ ବୃକ୍ଷ ରୋପଣ 

କୁଚିଣ୍ଡା :24/7(AKN NEWS): କୁଚିଣ୍ଡା ବ୍ଲକ ଅରଡାବାହାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ଅଧ୍ୟକ୍ଷ ରଞ୍ଜନ କୁମାର ନାଏକ ଙ୍କ ସଭାପତିତ୍ୱରେ ସ୍ୱଭାବ ତଥା ପ୍ରକୃତି କଵି ଗଙ୍ଗା ଧର ମେହେର ଙ୍କ ଶ୍ରାଦ୍ଧ ଶତ ବାର୍ଷିକୀ ପାଳନ କରିବା ସହ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଙ୍ଗାଧର ଙ୍କ ସାହିତ୍ୟରେ ପ୍ରକୃତି ଚେତନା ଉପରେ ଆଲୋଚନା କରିବା ସହିତ ବୃକ୍ଷ ରୋପଣ ମାଧ୍ୟମରେ ପ୍ରକୃତି ପୂଜା କରିବାକୁ ଆହ୍ୱାନ ଦେଇଥିଲେ । କଵି ଅଲେଖ କୁମାର ପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ୱଭାବ କବିଙ୍କ ପ୍ରକୃତି ପ୍ରେମ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ, ଅବସର ପ୍ରାପ୍ତ ଉଦ୍ୟାନ ବିତ୍ତ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣର ପ୍ରଣାଳୀ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ ମାନପତ୍ର ଓ ଜପସଢୌକନ ଦେଇ “ପ୍ରକୃତି ଓ ବନ୍ୟ ପ୍ରାଣୀ ସଂରକ୍ଷକ “ସମ୍ମାନ ଦେବା ସହ ସମସ୍ତ ଅତିଥିଙ୍କୁ ମଧ୍ୟ ଉତ୍ତରୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମଗ୍ର କାର୍ଯ୍ୟକ୍ରମ କୁ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସମଲେଶ୍ୱରୀ ତାନ୍ତି ସଂଯୋଜନା କରିବା ସହ ମାନପତ୍ର ମଧ୍ୟ ପାଠ କରିଥିଲେ। ଅଧ୍ୟାପିକା ଶୁଣିମା ନାଏକ ଅତିଥି ପରିଚୟ, ଅଧ୍ୟାପିକା ଶୁଭଲକ୍ଷ୍ମୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଶେଷରେ ଓଡ଼ିଆ ଅଧ୍ୟାପକ ଉଦୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଙ୍କ ନେତୃତ୍ୱରେ ପଚାଶ ଟି ଲେମ୍ବୁ, ଆମ୍ବ, ଡାଳିମ୍ବ ଆଦି ବିଭିନ୍ନ ପ୍ରଜାତି ର ଫଳ ଚାରା ସ୍କୁଲ ଓ ହଷ୍ଟେଲ ପରିସରରେ ଲଗାଇ ଥିବା ବେଳେ ବର, ନିମ୍ବ ଆଦି ଦଶ ଗୋଟି ଚାରା ଖାଲି ସ୍ଥାନରେ ରୋପଣ କରା ଯାଇଥିଲା। ଛାତ୍ର, ଛାତ୍ରୀ ମାନେ ପରିବେଶ ସମଂଧିତ ବିଭିନ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ନାୟକ ସବୁଜ ଶପଥ କରାଇ ନିଜ ଜନ୍ମଦିନ ଓ ବିବାହ ବାର୍ଷିକୀ ମାନଙ୍କରେ ଚାରା ରୋପଣ କରି ତାକୁ ବଞ୍ଚାଇ ରଖିବାକୁ ମିଳିତ ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀଙ୍କ ସହ ଅଭିଭାବକ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!