ଓଡିଶା ଖବର

ନବମ ଜ୍ୟୋତିର୍ଲିଙ୍ଗ ଶ୍ରୀ ବୈଦ୍ୟନାଥ ମହାପ୍ରଭୁ ଦେଓଘର, ଝାରଖଣ୍ଡ

(AKN NEWS): ଶ୍ରୀ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ଙ୍କର ବର୍ଣ୍ଣନା ତ୍ରେତୟା ଯୁଗ ରାମାୟଣ କାଳରୁ ରହିଛି l ଏଠାରେ ଦଶାନନ ରାବଣ ଘୋର ତପସ୍ୟା କରି ନିଜ ମୁଣ୍ଡ ଗୋଟି ଗୋଟି କରି କାଟି ଯଜ୍ଞ କୁଣ୍ଡରେ ନିକ୍ଷେପ କରିଥିଲା l ବୈଦ୍ୟନାଥ ଙ୍କ ପ୍ରସାଦ ରୁ ତାର ମୃତ୍ୟୁ ହେଲା ନାହିଁ ଓ କ୍ଷତ ଗୁଡିକ ତତକ୍ଷଣାତ ଆରୋଗ୍ୟ ହେଲା l

ଏହି ମନ୍ଦିର ବେଢାରେ ମୂଖ୍ୟ ବାବା ବୈଦ୍ୟନାଥ ଙ୍କ ମନ୍ଦିର ସହିତ ଅନ୍ୟାନ୍ୟ 21 ଟି ମନ୍ଦିର ରହିଛି l ଏହି ତୀର୍ଥ ବାବା ଧାମ ନାମରେ ବିଖ୍ୟାତ l ଶ୍ରାବଣ ମାସ ପ୍ରତି ସୋମବାର ଏଠାରେ ଗଙ୍ଗା ନଦୀ ରୁ ଜଳ ଆଣି କାଉଡିଆ ଭକ୍ତ ମାନେ ଜଳାଭିଷେକ କରିଥାନ୍ତି l ଏହି ଧାମ ର ପ୍ରାଚୀନ ନାମ ଚିତା ଭୂମି l ଏହାର ଅର୍ଥ ଶ୍ମଶlନ l ବାବା ବୈଦ୍ୟନାଥ ଙ୍କୁ ପାଣ୍ଡଵ ମାନେ ପୂଜା କରିଥିଲେ l ଆଦି ଶଙ୍କରାଚାର୍ଯ୍ୟ ମଧ୍ୟ ଏଠାକୁ ଆସି ବାବା ଙ୍କର ସ୍ତୁତି ଗାନ କରିଛନ୍ତି l

ବାଉନ ଶକ୍ତି ପୀଠ ମଧ୍ୟରୁ ଦେବୀ ଜୟଦୁର୍ଗା ଙ୍କ ପୀଠ ଏହି ମନ୍ଦିର ପରିସରରେ ରହିଛି l ସେ ହୈମବନ୍ତି ଭୈରବୀ ଓ ବାବା ବୈଦ୍ୟନାଥ ସ୍ୱୟଂ ଭୈରବ l

ଏହି ବର୍ତ୍ତମାନ ର ମନ୍ଦିର ଟିକୁ ରାଜା ବୀର ବିକ୍ରମ ସିଂହ ଖ୍ରୀ 1266 ରେ ନିର୍ମାଣ କରିଛନ୍ତି lଜୟ ଶ୍ରୀ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!