ଓଡିଶା ଖବର

ଗଙ୍ଗାଧର ମେହେର ଶ୍ରାଦ୍ଧ ଶତବର୍ଷିକୀ ଉତ୍ସବ ପାଳିତ

ଝାରସୁଗୁଡା/କୋଲାବିରା (AKN NEWS): ସଂସ୍କାରିତ କଵି ଙ୍କ ଜୀବନରେ ଅନେକ ବିପଦ ଆସିଥାଏ, ସେଇପରି କଵି ଥିଲେ ସ୍ୱଭାବ କଵି ତଥା ପ୍ରକୃତି କଵି ଭାବରେ ଚର୍ଚିତ ଗଙ୍ଗାଧର ମେହେର । କିନ୍ତୁ ସେ ବାସ୍ତବିକ ଜଣେ ଯୋଗୀ କଵି ବୋଲି କହି ଛନ୍ତି ପଦ୍ମଶ୍ରୀ ହଳଧର ନାଗ । ଗଙ୍ଗାଧରଙ୍କ ସାହିତ୍ୟ ଓ ଜୀବନ ଉଭୟ ସଂସ୍କାରିତ ଥିଲା, ଏବଂ ସେ ଏଥି ପାଇଁ କିପରି ନିର୍ଯ୍ୟାଜିତ ହୋଇ ଥିଲେ ତାର ମାର୍ମିକ ଭାବରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେର ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପଦ୍ମଶ୍ରୀ ନାଗ ତାଙ୍କ ଭାଷଣରେ ଓଡ଼ିଆ ଓ ସମ୍ବଲପୁରୀ ଭାଷା ଓ ସାହିତ୍ୟର ଆଲୋଚନା କରି ଗଙ୍ଗାଧର ସାହିତ୍ୟରେ କପରି ଅନେକ ସମ୍ବଲପୁରୀ ଶବ୍ଦ ର ଚମତ୍କାର ବ୍ୟବହାର ହୋଇଛି ତାର ବର୍ଣ୍ଣନା କରିଥିଲେ ।

କୋଲାବିରା ସ୍ଥିତ ପଂଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତି ରଘୁରାମ ନାୟକ ଙ୍କ ସଭାପତିତ୍ୱରେ ମା ସମଲେଶ୍ୱରୀ ସେବା ସଂଘ ରପକ୍ଷରୁ ଆୟୋଜିତ ଏହି ଉତ୍ସବ ରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖା ଅତିଥି ଭାବରେ ଯୋଗ ଦେଇ ସ୍ଵଭାଵ କଵି ଗଙ୍ଗାଧର ଓଡିଶା ର ଅସ୍ମିତା ର ପରିଚୟ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟିକ ଓ ପରିବେଶବିତ ସୁବାସ ଚନ୍ଦ୍ର ନାୟକ ଯୋଗ ଦେଇ ମାତୃ ଭୂମି ଓ ମାତୃଭାଷାର ସେବା ହିଁ ଗଙ୍ଗାଧରଙ୍କ ପ୍ରତି ଶ୍ରେଷ୍ଠ ଶ୍ରାଦ୍ଧଞ୍ଜଳି ବୋଲି କହିଥିଲେ ।ସେ ମେହେର ସାହିତ୍ୟରେ ଥିବା ସମ୍ବଲପୁରୀ ଶବ୍ଦର କେତୋଟି ଉଦାହରଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା, ପରିବେଶ ବିତ୍ତ ସତ୍ୟ ନାରାୟଣ ରାଓ ଓ ଅଧ୍ୟାପିକା ସନ୍ଧ୍ୟାରାଣୀ ପୂଜାରୀ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଗଙ୍ଗାଧର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ସମଲେଶ୍ୱରୀ ସେବା ସଂଘର ସଭାପତି କେଦାର ନାଥ ପଟେଲ ଉଦ୍ୟେଶ ଜ୍ଞାପନ କରିଥିଲେ। ଅଧ୍ୟାପକ୍ଷ ରୋହିତ କୁମାର ପଟେଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଛାତ୍ରୀ ସୋହନ ଭୋଇ ଓ ଦେବଯାନୀ ରାୟ ସ୍ୱାଗତ ସଂଗୀତରେ ମେହେର ସଂଗୀତ ଗାନ କରିଥିଲେ । ପ୍ରାରମ୍ଭରେ ଗଙ୍ଗାଧର ଙ୍କ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!