ଗଣମାଧ୍ୟମର ଦାୟିତ୍ୱ ଓ ଉତ୍ତର ଦାୟିତ୍ୱ ସର୍ବୋପରି ଦର୍ଶନ ଖବରକାଗଜର ଗୁଣବତ୍ତା ସୁଦୁରପ୍ରସାରି ହେଉ

(AKN NEWS): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ବିଜୁପଟ୍ଟନାୟକ ଷ୍ଟାଡିଅମ ଠାରେ ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ସୁଧିର କୁମାର ପଟ୍ଟଯୋଶୀ, ସମ୍ମାନୀତ ଅତିଥି ନର୍ଲା ବିଧାୟକ ଶ୍ରୀମତୀ ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ,ଭବସିନ୍ଧୁ ମଙ୍ଗରାଜ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଦର୍ଶନ ଖବରକାଗଜ ସଂପାଦକ ବିଭୁତି ଭୁଷଣ ନାଏକ,ସହ ସମ୍ପାଦକ ପ୍ରଶସ୍ମିତା ମହାନ୍ତି,ପରମେଶ୍ବର ମୁଣ୍ଡ ଅଧ୍ୟାପକ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା,ହାତିରାମ ଦୁର୍ଗା ଧର୍ମଗଡ଼ ବ୍ଲକ ସରପଞ୍ଚ ସଙ୍ଗ ସଭାପତି , ବରିଷ୍ଠ ଆଇନଜୀବି ଦୁର୍ଗାପ୍ରସାଦ ନାଏକ, ଉଦ୍ୟୋଗପତି ସନ୍ତୋଷ କୁମାର ସାହୁ ଯୋଗଦେଇ ମଞ୍ଚାସୀନ ଥିଲେ । ମଞ୍ଚାସିନ ସମସ୍ତ ଅତିଥି ଦର୍ଶନ ଖବରକାଗଜ ଉପରେ ସଂକ୍ଷିପ୍ତ ଭାବରେ ଉଦବୋଧନ ଦେଇଥିଲେ । ଏଥିରେ କଲାହାଣ୍ଡି ଜିଲ୍ଳାର ବିଭିନ୍ନ ବର୍ଗ , ସମାଜ ସେବୀ ଓ ସାମ୍ବାଦିକ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ଦଳପତି ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୈନିକ ଖବରକାଗଜ ଦର୍ଶନର ଜିଲ୍ଲା ପ୍ରତିନିଧି ଅନନ୍ତ କୁମାର ପାଳ ଓ ଜୁନାଗଡ଼ ବ୍ଲକ ପ୍ରତିନିଧି ହିମାଂଶୁ ଶେଖର ବରାଡ଼ ନେତୃତ୍ୱ ନେଇଥିବା ବେଳେ ସମସ୍ତ ବ୍ଳକ ପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


