ଅନନ୍ୟ

ଓଡ଼ିଶା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ହେଲେ ଜଗମୋହନ ପଟ୍ଟନାୟକ

ଓଡ଼ିଶା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ହେଲେ ଜଗମୋହନ ପଟ୍ଟନାୟକ

ଯେଉଁ ଦେଶରେ ଶାସନ ଯେତେ ସ୍ୱଚ୍ଛ ଓ ନିର୍ମଳ ସେହି ଦେଶ ସେତେ ସମୃଦ୍ଧ ସ୍ଵଚ୍ଛତା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏହି ମୂଳ ଲକ୍ଷକୁ ସାକାର କରିବା ପାଇଁ ଏବଂ ସାମ୍ବାଦିକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏକ ସଶକ୍ତ ସାମ୍ବାଦିକ ସଂଘ ଓଡ଼ିଶା ପ୍ରେସ କ୍ଲବ ଗଠନ ହୋଇ ଯାଇଛି । ଆଜି ସମ୍ବଲପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସଂଘର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସମ୍ବଲପୁର ବରଗଡ଼ ସୁନ୍ଦରଗଡ଼ ଦେବଗଡ଼ କଳାହାଣ୍ଡି ସୁବର୍ଣ୍ଣପୁର ବୌଧ ଝାରସୁଗୁଡ଼ା ବଲାଙ୍ଗୀର ସୋନପୁର ଗଞ୍ଜାମ ରାୟଗଡ଼ା କୋରାପୁଟ ନବରଙ୍ଗପୁର ଢେଙ୍କାନାଳ ଅନୁଗୁଳ ରାଇକିଆ ନୂଆପଡ଼ା ମୟୂରଭଞ୍ଜ ଭଦ୍ରକ ଆଦି ଜିଲ୍ଲାରୁ ଅନେକ ବରିଷ୍ଠ ସାମ୍ବାଦିକ ଗଣ ଯୋଗଦେଇ ରାଜ୍ୟରେ ଏକ ଦୁର୍ନୀତି ମୁକ୍ତ ବଳିଷ୍ଠ ସଂଗଠନର ମୂଳଦୁଆ ପକାଇଛନ୍ତି । ଆଜି ବୈଠକରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଶ୍ରୀ ଆଶୁତୋଷ ରଥଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ କଳାହାଣ୍ଡିର ପୁଅ ତଥା କଳାହାଣ୍ଡି ସାମ୍ବାଦିକ ସଂଘ (kju )ର ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ ହୋଇଥିବାରୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ଏହି ସଂଘରେ ଉପ ସଭାପତି ଭାବେ ରାଧେଶ୍ୟାମ ପଣ୍ଡା ବିଜୟ ଆଚାର୍ଯ୍ୟ କାହ୍ନୁ ଚରଣ ସାହୁ ସମ୍ପାଦକ ଭାବେ ମହେଶ ଶତପଥୀ ଆଲୋକ କୁମାର ଦାସ ସିଦ୍ଧେଶ୍ୱର ଗିରୀ କୋଷାଧ୍ୟକ୍ଷ ଭାବେ ସୁମନ୍ତ ଆଚାର୍ଯ୍ୟ ଉପଦେଷ୍ଟା ସଦସ୍ୟ ଟିକେଶ୍ୱର ପ୍ରଧାନ ପଙ୍କଜ କୁମାର ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଗୁଡ଼ିକ ସମ୍ପ୍ରସାରଣ ହେବାକୁ ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି ।
କଳାହାଣ୍ଡି ଜିଲ୍ଲା ରୁ ଟଙ୍କ ଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!