ଅନନ୍ୟ

ଗମ୍ଭାରିପଙ୍କ ଗ୍ରାମରେ ଚାରାରୋପଣ

(AKN NEWS): ଜୁଯୋମୁରା ବ୍ଲକ୍ କୁକୁଡ଼ାପାଲି ପଞ୍ଚାୟତ ଗମ୍ଭାରିପଙ୍କ ଗ୍ରାମ ରେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି | ପ୍ରକୃତି ବନ୍ଧୁ ପ୍ରଦ୍ୟୁମ୍ନ ବିଶି ଙ୍କର ଉପଦେଶ କ୍ରମେ ଗମ୍ଭାରିପଙ୍କ ର ଉଭୟ ପ୍ଲାଣ୍ଟ କ୍ଲବ୍ ଓ ହେଲପିଂ କ୍ଲବ୍ ମିଳିତ ଭାବରେ ଏହି “କାର୍ଯକ୍ରମ କରୁଛନ୍ତି | ବୃକ୍ଷରୋପଣ ପ୍ରତି ପିଲାଙ୍କୁ ଯୋଡ଼ିବା ପାଇଁ ଜଣକ ଗୋଟିଏ ଗଛ ଲଗାଇବା କୁ କୁହା ଯାଉଛି | ଏହି ଅବସରରେ ପ୍ରକୃତି ବନ୍ଧୁ ପ୍ରଦ୍ୟୁମ୍ନ ବିଶି ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ଉଭୟ କ୍ଲବ୍ ର ସଂପାଦକ ପ୍ରଭାତ ପ୍ରଧାନ ଓ ବିରାଜ ସେଥ୍‌ ସଭାପତିତ୍ୱ କରିଥିବା ବେଲେ ଦେବାଶିସ ଦାସ୍,ଶେଖର ନାଏକ,ଚନ୍ଦନ୍‌ ପଧାନ ଅନ୍ୟ ସଦସ୍ୟ ଓ ପିଲାମାନେ ଭରପୁର ସହଯୋଗ କରିଥିଲେ | ପ୍ରଥମ ପର୍ଯ୍ୟାୟରେ ଗାଁ ଶ୍ମଶାନ,ଖେଲପଦିଆ ଠାରେ 50 ଟି ଚାରା ରୋପଣ କରାଯାଇଅଛି |

ସମ୍ବଲପୁର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ୍ AKN ନ୍ୟୂଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!