ଅନନ୍ୟ

ଅସୁରକ୍ଷିତ ଅବସ୍ଥା ରେ ପିଇବା ପାଣିଟାଙ୍କି,

(AKN NEWS): ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କ ନିଜ ଗାଁ ନଅଗାଁ (ଖ )ର ପିଇବା ପାଣିଟାଙ୍କି ଅସୁରକ୍ଷିତ ଅବସ୍ଥା ରେ ପଡ଼ିରହିଛି, ଗାଁ ରେ ଦୁଇଟି ଯାକ ପାଣି ଟାଙ୍କି ର ଢାଙ୍କୁଣୀ ନାହିଁ, ବର୍ଷା ଦିନ ରେ ଗୋଳିଆ ପାଣି ପଶି ଟାଙ୍କି ପାଣି ଖରାପ ହେବାର ଆଶଙ୍କା ଥିଲେ ମଧ୍ୟ କାହାରି ନଜର ପଡ଼ୁ ନାହିଁ, ଦୀପ ତଳ ଅନ୍ଧାର ଭଳି ନିଜ ଗାଁ ର ପାଣି ଟାଙ୍କି ଉପରେ ନଜର ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ, ବଲାଙ୍ଗୀର ଜିଲ୍ଲା ର କିଛି ଜାଗା ରେ ଝାଡା ବାନ୍ତି ଭଳି ରୋଗ ଦେଖିବାକୁ ମିଳିଛି, କିନ୍ତୁ ତଥାପି ଅବହେଳିତ ଅବସ୍ଥା ରେ ଆଗଲପୁର ବ୍ଲକ ନଅ ଗାଁ (ଖ )ପାଣି ଟାଙ୍କି ବାରମ୍ବାର ଲୋକେ ଏ ଦିଗ ରେ ପଂଚାୟତ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ, ଆଗାମୀ ଦିନ ରେ ଯଦି ଖରାପ ପାଣି ପିଇ ଲୋକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବ ତା ହେଲେକିଏ ଦାୟୀ ରହିବ ବୋଲି ଲୋକ ମହଲ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏନେଇ ଆମେ ସମ୍ପୃକ୍ତ ଯେ ଇ ଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା,

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!