ସାରା ଓଡିଶା କମ୍ପ୍ୟୁଟର ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ

ସାରା ଓଡିଶା କମ୍ପ୍ୟୁଟର ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର,(AKN NEWS) 11/08/2024- ଭୁବନେଶ୍ୱର ର ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ହୋଟେଲ ରେ ସାରା ଓଡିଶା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି advocate ମନୋରଞ୍ଜନ ପଟ୍ଟନାୟକ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇ ଓଡିଶାରେ ଥିବା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଗୁଡ଼ିକ ସୂଚାରୁ ରୂପେ ନିଜର କର୍ତ୍ତବ୍ୟ ପାଳନ କରିବା ସହିତ ଗରୀବ ଛାତ୍ର ଛାତ୍ରୀ ମାନଙ୍କୁ କମ୍ ଖର୍ଜ ରେ ଏବଂ ଅତି ଗରୀବ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ କିପରି ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରିପାରିବେ ସେଥିପ୍ରତି ଗୁରୁବ ଦେବାକୁ ଆହ୍ବାନ କରିଥିଲେ । ଏହା ସହିତ ଓଡିଆ ଭାଷା ରେ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ ।
ଏହି ବୈଠକ ରେ ମଧ୍ୟ ଆଗାମୀ ବର୍ଷ ପାଇଁ ରାଜ୍ୟସ୍ତରୀୟ କର୍ମକର୍ଷ ଚୟନ କରାଯାଇଥିଲା । ସୟଦ ସଫିର ଅଲି (ସଭାପତି), ଅମୀୟ କୁମାର ସାହୁ , ଇଂ ଅବିନାଶ ଦାସ, ତାପସ କୁମାର ପତି, ଦୀପ୍ତିକାନ୍ତ ମହାକୁଡ଼(ଉପସଭାପତି) , ଜ୍ଞାନ ରଞ୍ଜନ ଦାସ (ସମ୍ପାଦକ), ନବୀନ ଅଗ୍ରୱାଲ ( ସହ ସମ୍ପାଦକ), ମନୋରଞ୍ଜନ କର (କୋଷାଧ୍ୟକ୍ଷ) ଭାବରେ ମନୋନୀତ ହେଲେ | ଉପେଦେଷ୍ଠା ଭାବେ ସୁବ୍ରତ କୁମାର ରଥ, ସନ୍ତୋଷ ତାକୁଆ, ରାଜେନ୍ଦ୍ର ପ୍ରସାଦ ନାୟକ, ହରେକୃଷ୍ଣ ନନ୍ଦ ମନୋନୀତ ହେଲେ | ଭାବସର୍ବସମ୍ମତ୍ତି ଭାବରେ କାର୍ଯ୍ୟକାରୀ ସଦସ୍ୟ ଭାବେ ଶୁଭେନ୍ଦୁ କୁମାର ନନ୍ଦ, ବିଷ୍ଣୁ ପ୍ରସାଦ ସାହୁ, ବୁବୁନ ପ୍ରଧାନ, ସଂଜୀବ କୁମାର ବାରିକ, ଦୁର୍ଗା ପ୍ରସାଦ ମହାପାତ୍ର, ସନ୍ତୋଷ ଡାକୁଆ, ସୁଶାନ୍ତ କୁମାର ବଢ଼େଇ, ସର୍ବେଶ୍ୱର ମହାରଣା ମନୋନୀତ ହୋଇଥିଲେ । ଆଡ଼ଭୋକେଟ୍ ମନୋରଞ୍ଜନ ପଟାନାୟକ ଉପଦେଷ୍ଟା ଭାବରେ ରହିବା ପାଇଁ ନିଜର ସମ୍ମତି ପ୍ରଦାନ କରିଥିଲେ । ଉକ୍ତ ସମ୍ମଳନୀ ରେ ସାରା ରାଜ୍ୟ ରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ।


