ଜିଲ୍ଲା

ଗାଈଗାଁ ପଞ୍ଚାୟତ ପୂଜିଗୁଡାଗ୍ରାମ ଠାରେ ଭାଇ ଜିଉଁନ୍ତିଆ କମିଟି ପକ୍ଷରୁ ସୁଶ୍ରୀ ମନ୍ଦାକିନୀ ବାଣୁଆଁ ଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ

ଗାଈଗାଁ ପଞ୍ଚାୟତ ପୂଜିଗୁଡାଗ୍ରାମ ଠାରେ ଭାଇ ଜିଉଁନ୍ତିଆ କମିଟି ପକ୍ଷରୁ ସୁଶ୍ରୀ ମନ୍ଦାକିନୀ ବାଣୁଆଁ ଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ

ଭବାନୀପାଟଣା, ୨୯/୧୦(AKN NEWS) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗାଈଗାଁ ପଞ୍ଚାୟତ ପୂଜିଗୁଡା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ଡାନ୍ସ ଡାନ୍ସ ଧମାକା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଗାଈଗାଁ ସରପଞ୍ଚ ପ୍ରମୋଦ କୁମାର ସାହୁ, ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ପ୍ରଧାନ, ସଂମ୍ମାନିତ ଅତିଥି ପୁଷ୍ପାଞ୍ଜଳୀ ଶବର ତଥା ଭବାନୀପାଟଣା ସହର ସୁଶ୍ରୀ ମନ୍ଦାକିନୀ ବlଣୁଆଁ ଙ୍କୁ ଅନୁଷ୍ଠାନ ତରଫରୁ ସଂମ୍ମାନିତ କରାଯାଇଥିଲା ସେ ଗୋଟେ ଯୁବ ନୃତ୍ୟ ଗୁରୁ ଜଣେ ସମାଜ ସେବି ହିସାବରେ ସେହି ଅଂଚଳ ରେ ବେଶ ଜଣାଶୁଣା ଚେହେରା ଏତେ କମ ବୟସ ରେ ସେ ବହୁତ କିଛି କାର୍ଯ୍ୟ କରି ଯାଇଛନ୍ତି ସେ ଗୋଟେ ପ୍ରାଇଭେଟ ସ୍କୁଲ

(ବଚପନ ସ୍କୁଲ ) ର ଶିକ୍ଷୟିତ୍ରୀ ମଧ୍ୟ ତାଙ୍କର ନିଜର ଗୋଟିଏ ଡାନ୍ସ ସ୍କୁଲ ମଧ୍ୟ ରହିଛି ସେ ରାଜନୀତି ରେ ମଧ୍ୟ ରାଜ୍ୟଯୁବ କଂଗ୍ରେସ ର ସାଧାରଣ ସମ୍ପାଦିକା ଅଛନ୍ତି ଏତେ ବ୍ୟସ୍ତ ରେ ଥାଇ ମଧ୍ୟ ଯିଏ ତାଙ୍କୁ ବିଚାରକ ହଉ କି ଅତିଥି ରୂପରେ ଡାକିଲେ ସେ ନିସ୍ଵାର୍ଥ ଭାବରେ ସେଠି ଯାଇ ପହଂଚି ଯାନ୍ତି ତାଙ୍କର ସୁ ବ୍ୟବହାର ମିଠା ଭାଷା ଯୋଗୁଁ ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି ନିକଟରେ ବହୁତ ନୃତ୍ୟ ପ୍ରତିଯୋଗିତା ରେ ସେ ବିଚାରକ ଭାବରେ ମଧ୍ୟ ଯୋଗ ଦେଇଥିଲେ ଏହି ପରି ଜଣେ ଯୁବ ପ୍ରତିଭା କୁ ସଂମ୍ମାନିତ କରି ପୁଜିଗୁଡା କମିଟି ର କର୍ମକର୍ତା ମାନେ ବହୁତ ଖୁସି ଅନୁଭବ କରିଛନ୍ତି।

କଳାହାଣ୍ଡିରୁ ଜିଲ୍ଲାପ୍ରତିନିଧି
ଜଗନ୍ନାଥ ନାଏକଙ୍କ
ରିପୋର୍ଟ : – ଏକେଏନ୍ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!