ଓଡିଶା ଖବର

ଗୁଠୁର୍ଲl ଗ୍ରାମରେ 17ତମ ଶୀତଳଷଷ୍ଠୀ ପୂଜା ଅନୁଷ୍ଠିତ ll

ଗୁଠୁର୍ଲl ଗ୍ରାମରେ 17ତମ ଶୀତଳଷଷ୍ଠୀ ପୂଜା ଅନୁଷ୍ଠିତ ll

ତା 12/06/24
ସ୍ଥାନ ବରଗଡ
ରିପୋର୍ଟ ରଜନୀକାନ୍ତ ସାହୁ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୁଠୁର୍ଲl ଗ୍ରାମରେ 17ତମ ଶୀତଳଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା l ବହୁ ଧୁମଧାମ ରେ ଏବର୍ଷ ଶିବ ପାର୍ବତୀ ଙ୍କ ବାହାଘର, ମିନବଜାର, ପରାୟଣ, ତାଡ଼କାସୁର ଦରବାର, ଅପେରା କାର୍ଯ୍ୟକ୍ରମ ହୋଇଥିଲା l ଏହି ପୂଜାରେ ପୁସ୍ତମ ଆମରି ଓ ତାଙ୍କ ଧର୍ମପତ୍ନୀ ଏବଂ କନ୍ୟାପକ୍ଷ ସୁବଳ ମେହେର ଓ ତାଙ୍କ ଧର୍ମପତ୍ନୀ ନିଁଳେନ୍ଦ୍ରି ମେହେର କାର୍ଯ୍ୟ ଭାର ତୁଲାଇ ଥିଲେ l ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l ଏଥର ମୁକ୍ତ ଖୋଲାମଞ୍ଚ ରେ ତାଡ଼କା ଭୂମିକା ରେ ବୁଲୁ ମେହେର ଅଭିନୟ କରି ଦର୍ଶକ ମାନଙ୍କ ମନମୋହି ହୋଇଥିଲେ l ଏବର୍ଷ ପୂଜା କମିଟି ର ସଭାପତି ରାଜ କୁମାର ସାହୁ, ସମ୍ପାଦକ ଲୋକନାଥ ପଧାନ, ଅଭିମନ୍ୟୁ ମେହେର, ଗକୁଳlନନ୍ଦ ଅମରୀ, ଆକାଶ ପଧାନ, ଦୀପକ ସାହୁ, ମନୋଜ ସାହୁ, ଭୋଳାନାଥ ମେହେର, ମିଳୁ ମେହେର ଏବଂ ଗ୍ରାମ ବାସୀ ଙ୍କ ସହଯୋଗ ରେ ପୂଜା ସମ୍ପୂର୍ଣ ହୋଇଥିଲା l ଏଥର ପାଗ ଅନୁକୂଳ ଥିବାରୁ ଲୋକ ଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଥିଲା l
ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!