ଓଡିଶା ଖବର

ରାଜ୍ୟର ୨୭ତମ ମୁଖ୍ୟମନ୍ତ୍ରୀଭାବେ କେନ୍ଦୁଝର ବିଧାୟକ ମୋହନଚରଣ ମାଝି ଆସନ୍ତା କାଲି ଶପଥ ନେବେ

ରାଜ୍ୟର ୨୭ତମ ମୁଖ୍ୟମନ୍ତ୍ରୀଭାବେ କେନ୍ଦୁଝର ବିଧାୟକ ମୋହନଚରଣ ମାଝି ଆସନ୍ତା କାଲି ଶପଥ ନେବେ। ବିଜେପି ବିଧାୟକ ଦଳ ଆଜି ତାଙ୍କୁ ସର୍ବ ସମ୍ମତିକ୍ରମେ ନେତା ଭାବେ ନିର୍ବାଚିତ କରିଛି। ଏନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବାବବଦରେ କିଛି ପ୍ରମୁଖ ବିନ୍ଦୁ

1. ମୋହନଚରଣ ମାଝି ହେଉଛନ୍ତି ଚତୁର୍ଥ ଥର ଲାଗି କେନ୍ଦୁଝରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ନେତା। ତାଙ୍କୁ ଏବେ ୫୨ ବର୍ଷ ବୟସ। ସେ ୬ ଜାନୁୟାରୀ ୧୯୭୨ ମସିହାରେ ଜନ୍ମ ହୋଇଥିଲେ।

2. ମୋହନଙ୍କ ବାପାଙ୍କ ପାଁ ଗୁଣରାମ ମାଝି। ତାଙ୍କ ନିଜ ଗାଁ ହେଉଛି କେନ୍ଦୁଝର ଜିଲ୍ଲା ଦସଦରଥାନା ଅନ୍ତର୍ଗତ ରାଇକଳା ଗାଁରେ। ତାଙ୍କ ପତ୍ନୀ ହେଉଛନ୍ତି ଡା. ପ୍ରିୟଙ୍କା ମାର୍ଣ୍ଡି। ପେସାରେ ମୋହନ ଜଣେ ଚାଷୀ କିନ୍ତୁ ଖେଳିବା, ଗୀତ ଗାଇବା ଓ ବୁଲାବୁଲି କରିବାକୁ ଭଲ ପାଆନ୍ତି। ସେ ସ୍ନାତକ ପାଠ୍ୟ ଶେଷ କରିଛନ୍ତି।

 

3. ୨୦୦୦ ମସିହାରେ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ୨୦୦୪ ମସିହାରେ ନିର୍ବାଚିତ ହୋଇଥିଲେ। ସେତେବଳେ ତାଙ୍କୁ ଶାସକ ଦଳର ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଥିଲା। ୨୦୦୫-୨୦୦୯ ଯାଏ ମେଣ୍ଟ ସରକାରେ ସେ ଏହି ପଦବୀ ଅଳଂକୃତ କରିଥିଲେ। କିନ୍ତୁ ୨୦୧୪ ରୁ ୨୦୧୯ ଯାଏ ସେ ବିଧାୟକ ନଥିଲେ। ହେଲେ ୨୦୧୯ରେ ପୁଣି ଲୋକଙ୍କ ଆସ୍ଥା ଜିତି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ। ଏବେ ୨୦୨୪ରେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିବେ।

4. ସରପଞ୍ଚ ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଏହି ଆଦିବାସୀ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ । ଏହା ପଛରେ ତାଙ୍କର କଠିନ ଅଧ୍ୟବସାୟ, ନିରନ୍ତର ସମାଜ ସେବା, ଶୃଙ୍ଖଳା ରକ୍ଷା କରିଛନ୍ତି।

5. ବିଧାନସଭାରେ ସଦସ୍ୟଭାବେ ୩୯ଟି କମିଟିରେ ସେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!